ଜମ୍ମୁ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ଉତ୍ତେଜନା ପାଇଁ ଆଜି ବସିବ ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ପକ୍ଷ ରଖିବେ ଉଭୟ ଭାରତ ଓ ପାକିସ୍ତାନ । ବୈଠକ ଉଭୟ ପକ୍ଷଙ୍କ ପାଇଁ ସୀମାପାର ଉତ୍ତେଜନା ଉପରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ସମ୍ମୁଖରେ ସେମାନଙ୍କର ମତାମତ ଉପସ୍ଥାପନ କରିବାର ସୁଯୋଗ ହେବ। ଜାତିସଂଘରେ ଗ୍ରୀସର ସ୍ଥାୟୀ ପ୍ରତିନିଧି ଏବଂ ମେ ମାସ ପାଇଁ ସୁରକ୍ଷା ପରିଷଦର ଅଧ୍ୟକ୍ଷ ରାଷ୍ଟ୍ରଦୂତ ଇଭାଞ୍ଜେଲୋସ୍ ସେକେରିସ୍ ପୂର୍ବରୁ ପିଟିଆଇକୁ କହିଥିଲେ, ଏହା ଏକ ନୀତିଗତ ସ୍ଥିତି। ଆମେ ସମସ୍ତ ପ୍ରକାରର ଆତଙ୍କବାଦକୁ ନିନ୍ଦା କରୁ। ଅନ୍ୟପକ୍ଷରେ, ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ନେଇ ଆମେ ଚିନ୍ତିତ। ସୂଚନା ଯୋଗ୍ୟ; ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲା । Post navigation କଡ଼ା ସୁରକ୍ଷା ବଳୟରେ ସରିଲା ନିଟ ପରୀକ୍ଷା ରାଜଧାନୀରେ ଲଜ୍ଜା; ମାଆ ଓ ନାବାଳିକା ଝିଅକୁ ଦୁଷ୍କର୍ମ