ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷା OPSC /SSCରେ ତ୍ରୁଟି ସାମ୍ନାକୁ ଆସିବା ପରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ । ଯିଏ ଦୋଷୀ ଛଡ଼ା ଯିବ ନାହିଁ । ଏସଂକ୍ରାନ୍ତୀୟ ବିଲ୍ ବିଧାନସଭାରେ ଆଇନରେ ପରିଣତ ହୋଇଛି । ସୂଚନା ଯୋଗ୍ୟ; ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC) ପରୀକ୍ଷାରେ ବଡ଼ ତ୍ରୁଟି ସହ OPSC ପରିଚାଳିତ ପରୀକ୍ଷାରେ ବି ତ୍ରୁଟି ଦେଖିବାକୁ ମିଳିଛି । ଆଜି ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ଆଇ ପରୀକ୍ଷା ଥିବା ବେଳେ OSSC ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଥିଲା। ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ଆଇ ପରୀକ୍ଷାଥିବା ବେଳେ ପରୀକ୍ଷାରେ ସିଜିଏଲ୍ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ ହୋଇଥିଲା । ସେହିପରି OCS ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ରହିଥିଲା । ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଛି । ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ସୂଚନା । ଏହାପରେ ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ହୋଇଥିବା ଦେଖା ଯାଇଛି । Post navigation ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ ଭିସୁଟ୍ ର ୧୦୦ ଛାତ୍ରଙ୍କ ଉପରେ ହେଲା କାର୍ଯ୍ୟାନୁଷ୍ଠାନ