ଭିସୁଟ୍ ର ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍ କର୍ତ୍ତୃପକ୍ଷ । ୫ ଜଣ ଛାତ୍ରୀଙ୍କୁ ମଧ୍ୟ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଲାସରେ କମ୍ ଉପସ୍ଥିତି ସହ ବିଭିନ୍ନ କାରଣକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା । କିଛି ଛାତ୍ରଙ୍କ ଗ୍ରେଡ କମାଇ “ଏଫ” କରିବାକୁ ନିଷ୍ପତ୍ତି ହେବା ସହ ୫୦୦୦ ଟଙ୍କା ଫାଇନ୍ ହୋଇଛି । ସେହିପରି DSW ତତ୍ତ୍ୱାବଧାନରେ ସାମାଜିକ କାମ କରିବାକୁ ନିର୍ଦ୍ଦେଶ ହୋଇଛି । ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭାଗ ନେବା ଉପରେ କଟକଣା। ମେଡାଲ, ଏକାଡେମୀ ପୁରସ୍କାରରୁ ବାଦ୍ ସହ ଜରିମାନା ଦେବାକୁ ନିର୍ଦ୍ଦେଶ । ଭିନ୍ନଭିନ୍ନ ଛାତ୍ରଛାତ୍ରୀଙ୍କ ଉପରେ ଭିନ୍ନଭିନ୍ନ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନା ଯୋଗ୍ୟ; କିଛି ଦିନ ପୂର୍ବରୁ ୭ ଜଣ ଏକାଠି ହୋଇ ହୀରାକୁଦ ଜଳଭଣ୍ଡାରର ଫିସରି ଅଞ୍ଚଳକୁ ଭୋଜି କରିବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ଅସବାଧାନତା ବଶତଃ ଇଲେକ୍ଟ୍ରିକାଲ ଇଂଜିନିୟରିଂ ବିଭାଗର ଶେଷ ବର୍ଷର ଛାତ୍ରୀ ଶାଶ୍ୱତୀ ଭୋଇ ପାଣିରେ ବୁଡି ଯାଇଥିଲେ । ସାଙ୍ଗମାନେ ଉଦ୍ଧାର କରି ବୁର୍ଲା ମେଡିକାଲକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ତଦନ୍ତ କରିବା ପରେ ବିଭିନ୍ନ କାରଣକୁ ଅନୁଧ୍ୟାନ କରି ୧୦୦ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ । Post navigation OPSC /SSC ପ୍ରଶ୍ନପତ୍ର ବିଭ୍ରାଟ ଘଟଣା; ଯିଏ ଦୋଷୀ ତାକୁ ଛଡ଼ା ଯିବନି: ସୂର୍ଯ୍ୟବଂଶୀ ସୂରଜ ପହଲଗାମ୍ ଆତଙ୍କୀଙ୍କୁ ‘ଯୋଦ୍ଧା’ ବୋଲି ଦର୍ଶାଇଛି ବିବିସି; ଚେତାବନୀ ଦେଲେ ସରକାର