ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲା ବେଳେ ପୁଣି ରାଜ୍ୟକୁ ପୁଣି ଫେରିଛି ତାତି । ତାତି ସହ ଗୁଳୁଗୁଳିରେ ସିଝୁଛି ଓଡ଼ିଶା। ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସହରରେ ଆକାଶରୁ ନିଆଁ ବର୍ଷା ହେଉଛି। ପ୍ରବଳ ଖରାରେ ଆଉଟୁ ପାଉଟୁ ହେଉଛି ଜୀବନ । ସକାଳୁ ସକାଳୁ ଟାଣ ଖରାରେ ଲୋକେ ତ୍ରାହି ତ୍ରାହି ଡାକିଲେଣି ଲୋକେ । ତତିର ହଟସ୍ପଟ୍ ପାଲଟିଛି ଝାରସୁଗୁଡ଼ା। ଆଜି ସକାଳ ୮ଟା ୩୦ ସୁଦ୍ଧା ଝାରସୁଗୁଡ଼ାର ତାପମାତ୍ରା ୩୪.୮ ଡିଗ୍ରୀ ପାର୍ କରିଛି । ସେହିପରି ସମ୍ବଲପୁରରେ ୩୪.୪, କଟକରେ ୩୩.୬ ରାଜଧାନୀ ଭୁବନେଶ୍ବରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଗତକାଲି ଝାରସୁଗୁଡ଼ାରେ ଚଳିତବର୍ଷର ସର୍ବୋଚ୍ଚ ୪୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ୪୫ ଡିଗ୍ରୀ ତାପମାତ୍ରା ସହ ଦେଶର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡା । ତେବେ ଆଜି ବି ପ୍ରବଳରୁ ଅତି ପ୍ରବଳ ତାତି ହେବ ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏଥିପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ଗରମ ଓ ଆଦ୍ରତା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହିତ ଆଗାମୀ ୩ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। Post navigation ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଓ୍ବାକଫ ହିଂସା ଘଟଣା: ଝାରସୁଗୁଡ଼ାରେ ମୁର୍ଶିଦାବାଦ ଅପରାଧୀ; ୨ ଗିରଫ ବିଜେଡି ସରକାରକୁ କିଛି ଜଣ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି, ସେମାନଙ୍କ ହାତରେ ଏବେ ଦଳ ଅଛି: ଅମରେଶ ଜେନା