ଆକାଶ ଛୁଆଁ ସୁନା ଦର । ଦିନକୁ ଦିନ ସୁନା ଦର ବଢ଼ିବାକୁ ଲାଗିଥିବାରୁ ଗ୍ରାହକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଆଜି ୯୭ ହଜାର ଟଙ୍କା ଟପି ଆଉ ଏକ ନୂଆ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର। ଗତକାଲି ଅପେକ୍ଷା ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୪୦ ଟଙ୍କା ବୃଦ୍ଧି ହୋଇଛି। ଯାହା ୯୭ ହଜାର ୩୧୦ ଟଙ୍କା ଛୁଇଁଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୦୫୦ ଟଙ୍କା ବଢି ୮୯ ହଜାର ୨୦୦ ଟଙ୍କା ରେ ପହଞ୍ଚିଛି। ସୂଚନା ଯୋଗ୍ୟ; ଆମେରିକା- ଚୀନ ବାଣିଜ୍ୟିକ ଲଢେଇ ପାଇଁ ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ସୁନାର ଦର ଲଗାତାର ବଢ଼ି ଚାଲିଛି । ଆଗାମୀ ଦିନରେ ସୁନା ଦର ୧ଲକ୍ଷ ୩୦ ହଜାର ଛୁଇଁବ ବୋଲି ସୂଚନା ମଧ୍ୟ ମିଳୁଛି । Post navigation ସୁଦୃଢ଼ ହେବ ରାଜ୍ୟ ଟ୍ରାଫିକ୍ ଓ ସଡ଼କ ସୁରକ୍ଷା ଶାଖା; ୨ ହଜାର ନୂତନ ପଦବୀ ସୃଷ୍ଟି ଶଙ୍ଖ ଭବନରେ ବିଜୁ ବାବୁଙ୍କ ଶ୍ରାଦ୍ଧ ସଭା ପାଳିତ