ଆଜି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ । ୯ମ ଥର ପାଇଁ ଏକମାତ୍ର ପାର୍ଥୀ ଭାବେ ନାମାଙ୍କନ ଭରିଲେ ନବୀନ । ଆସନ୍ତା ୧୯ ତାରିଖରେ ସଭାପତିଙ୍କ ନାମ ଘୋଷଣା କରାଯିବ । ବିଜେଡ଼ିର ଆଉ କେହି ନେତା ସଭାପତି ପଦ ପାଇଁ ନାମାଙ୍କନ ଭରି ନଥିବାରୁ ନବୀନ ବିଜେଡ଼ିର ସଭାପତି ହେବାଟା ସ୍ପଷ୍ଟ ଜଣାପଡ଼ୁଛି । ସୂଚନା ଯୋଗ୍ୟ; ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ବର୍ତ୍ତମାନ ୪ର୍ଥ ପର୍ଯ୍ୟାୟରେ ପହଁଞ୍ଚିଛି ବିଜେଡିର ନିର୍ବାଚନ ପ୍ରକ୍ରିୟା। ଏପ୍ରିଲ ୧୩ରୁ ୧୫ ତାରିଖ ଯାଏଁ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ଏହି ପ୍ରକ୍ରିୟାରେ ୧୮ ଜିଲ୍ଲାର ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। Post navigation ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର