Kalampur Block Chairperson loses no-confidence motion
କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ବିରୁଦ୍ଧରେ ଆଜି ଅନାସ୍ଥା ଭୋଟ୍‌ ହୋଇଛି । ମୋଟ ୨୪ ଜଣ ଭୋଟରଙ୍କ ମଧ୍ୟରୁ ୨୨ ଜଣ ମତଦାନ କରିଛନ୍ତି । ସେଥିରୁ ଅନାସ୍ଥା ସପକ୍ଷରେ ୨୧ ଭୋଟ ପଡିଥିବା ବେଳେ ଗୋଟାଏ ଭୋଟ ନାକଚ ହୋଇଥିଲା ।
 
କହିରଖୁଛୁ ଯେ ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ ବିଭିନ୍ନ ଅନିୟମିତତା ଏବଂ ଦୁର୍ନୀତିରେ ସାମିଲ ଥିବା ନେଇ ୧୯ଜଣ ସମିତି ସଭ୍ୟ ଓ ସରପଞ୍ଚ ତାଙ୍କ ବିରୁଦ୍ଧରେ ଗତ ମାର୍ଚ୍ଚ ୧୦ ତାରିଖ ଦିନ ଧର୍ମଗଡ ଉପଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପାଇଁ ଲିଖିତ ଅଭିଯୋଗ କରିଥିଲେ ।
 
ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କୀ ନିର୍ବାଚନ ଅଧିକାରୀ ଭାବେ ଅନାସ୍ଥା ନିର୍ବାଚନ ପରିଚାଳନା କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *