ଆଜି ଆଫଗାନିସ୍ତାନରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଆଜି ଭୋର ୪ଟା ୪୩ ମିନିଟ ସମୟରେ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ରହିଛି ୬.୪ ବୋଲି ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ୧୨୧କିଲୋମିଟର (୭୫ମାଇଲ) ଗଭୀରତାରେ ଥିଲା । ପ୍ରବଳ ଭୂକମ୍ପ ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ ।

ଏହି ଭୂକମ୍ପରେ ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ଭାରତର କିଛି ସ୍ଥାନରେ କମ୍ପନ ଅନୁଭୂତ ହୋଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ କୁହାଯାଇଛି । ତେବେ ଆଜିର ଏହି ଭୂମିକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ ।

ଗତ ମାସରେ ମଧ୍ୟ ମାର୍ଚ୍ଚ ୨୯ ତାରିଖରେ ଆଫଗାନିସ୍ତାନରେ ଭୂକମ୍ପ ଅନୁମୂତ ହୋଇଥିଲା । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍ଲେଲରେ ୪.୭ ରେକର୍ଡ କରାଯାଇଥିଲା ।

Leave a Reply

Your email address will not be published. Required fields are marked *