ଓଡିଶା ମାଲକାନଗିରି ସୀମାନ୍ତ ଛତିଶଗଡ଼ ଅଞ୍ଚଳରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ । ମଙ୍ଗଳବାର ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନରେ ଏପରି ସଫଳତା ମିଳିଛି । ପୋଲିସର ଗୁଳିରେ ଦୁଇ ମୁଖ୍ୟ ଦୁର୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି । ଦୁଇ ମୃତକ ହେଲେ ପୂର୍ବ ବସ୍ତର ଡିଭିଜନର ଡିଭିସିଏମ ହଳ ଧର ଓ ଏସିଏମ୍ କ୍ୟାଡ଼ରର ରାମୋ । ଏହି ଦୁଇ ଦୁର୍ଦ୍ଦଶ ଆତଙ୍କବାଦୀଙ୍କ ମୁଣ୍ଡ ଉପରେ ଯଥାକ୍ରମେ ୮ ଲକ୍ଷ ଓ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ଘଟଣା ସ୍ଥଳରୁ ଏକେ- ୪୭ ବନ୍ଧୁକ ଜବତ କରାଯିବ ସହିତ ଅଫୁଟା ଗୁଳି ଜବତ କରାଯାଇଛି ।

ସୂଚନା ଯୋଗ୍ୟ; କୋଣ୍ଡାଗାଓ ଜିଲ୍ଲାର କିଲମ ଜଙ୍ଗଲ ଭିତରେ ମାଓବାଦୀଙ୍କ ଏକ ବଡ ଟିମ ଲୁଚି ରହିଥିବା ନେଇ ପୋଲିସ୍‌ର ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ମଙ୍ଗଳବାର ସେଠାରେ ଆରମ୍ଭ ହୋଇଥିଲା ଅପରେସନ ।  ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ମାଓବାଦୀଙ୍କ ମୃତ ଦେହ ଠାବ ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave a Reply

Your email address will not be published. Required fields are marked *