ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିକୁ ଜାଳିଦେଲେ ଦୁର୍ବୃତ୍ତ । ଆଜି ସକାଳେ ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବ୍ଲକ ଛକରେ କିଛି ଲୋକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡ଼ି ଦେଇଥିବା ଦେଖିବାକୁ ମିଳିଛି। ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ ଦୁର୍ବୃତ୍ତମାନେ ଜାଣିଶୁଣି ନିଆଁ ଲଗାଇ ପୋଡ଼ି ଦେଇଥିବାର ଅଭିଯୋଗ ସମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ଆସି ତଦନ୍ତ ଆରମ୍ଭ କରିଛି। ଏହା ସହ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଜାଳି ଦେଇଥିବାରୁ ପାଟଣାଗଡ ଏନଏସି ପକ୍ଷରୁ ସଫେଇ କରାଯାଉଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଯାଗାରେ ବିଜୁବାବୁଙ୍କ ମୁର୍ତ୍ତି ସ୍ଥାପନ ନେଇ ବିରୋଧ ହୋଇଆସୁଥିଲା। ପୂର୍ବତନ ବିଜେଡି ବିଧାୟକ ସରୋଜ କୁମାର ମେହେର ଏହି ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯାଉଥିବାବେଲେ ଏହାକୁ ବ୍ରାହ୍ମଣ ସମାଜ ପକ୍ଷରୁ ବିରୋଧ କରାଯାଇଥିଲା।ଏହି ସ୍ଥାନରେ ପର୍ଶୁରାମଙ୍କ ମୂର୍ତ୍ତି ସ୍ଥାପନ କରିବାକୁ ଏକ ମାସ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ବ୍ରାହ୍ମଣସମାଜ। ଶେଷରେ ପ୍ରଶାସନର ନିର୍ଦ୍ଦେଶରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପଲିଥିନ ଘୋଡାହୋଇ ଏହି ପ୍ରତିମୂର୍ତ୍ତିକୁ ରଖାଯାଇଥିଲା । ଏବେ ଦୁର୍ବୃତ୍ତମାନେ ଆଜି ସକାଳୁ ପ୍ରତି ମୂର୍ତ୍ତିକୁ ନିଆଁ ଲଗାଇଦେଇଛନ୍ତି । Post navigation ଆଜିଠୁ ମାଛଧରା ଉପରେ ଲାଗିଲା କଟକଣା ଭୁବନେଶ୍ବରରୁ ଅପହୃତ ଶିଶୁ ବାଲେଶ୍ୱରରୁ ଉଦ୍ଧାର