ଓଡ଼ିଶାରେ ରହିଛି ଭରପୁର ସୁନା ଖଣି । ଏନେଇ ଗୃହରେ ତଥ୍ୟ ଦେଇଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଆଜି ଗୃହରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନ କେଉଁ କେଉଁ ସ୍ଥାନରେ କେତୋଟି ସୁନା ଖଣିର ସନ୍ଧାନ ମିଳିଛି ଆଉ କେଉଁ କେଉଁ ନୂଆ ଖଣି କେଉଁ କେଉଁ ସ୍ଥାନରେ ଅଛି ? ଏହାର ଲିଖିତ ଉତ୍ତରରେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ତଥ୍ୟ ଦେଇ କହିଛନ୍ତି ଓଡ଼ିଶାର ୯ଟି ଜିଲ୍ଲାରେ ଏବେ ସୁନା ଖଣି ଥିବାର ସନ୍ଧାନ ମିଳିଛି । ଦେବଗଡ଼, କେନ୍ଦୁଝର ପରେ ଏବେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ସମ୍ବଲପୁର, ବୌଦ୍ଧ ଓ ମାଲାକାନଗିରି ଜିଲ୍ଲାରେ ସୁନାଖଣି ରହିଛି । ପୂର୍ବରୁ ରାଜ୍ୟର ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ତମ୍ବାପଥର ପାଇଁ ଜି-୨ ସ୍ତରରେ ଅନ୍ୱେଷଣ କଲାବେଳେ ସୁନାପଥରର ସନ୍ଧାନ ମିଳିଛି । ସେହିପରି କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର, ମାଙ୍କଡଚୁଆଁ, ସଲେଇକଣା, ଡିମିରିମୁଣ୍ଡା ଅଞ୍ଚଳରେ ସୁନାଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାମ ଚାଲୁ ରହିଛି । ଏହା ସହ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନ୍ଵେଷଣ ଜାରି ରହିଛି । ଏହାବ୍ୟତୀତ ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ସୁନା ଥିବା ସୂଚନା ମିଳିଛି । Post navigation ଓଡ଼ିଶାରୁ ଚୀନ ନେଉଛି ଲୁହାପଥର ପୂଜା ସାମଗ୍ରୀ ନାଁରେ ଚାଲିଥିଲା ବେଆଇନ ବାଣ ଗୋଦାମ; ଚଢ଼ାଉ କଲା ପୋଲିସ୍