ଯଶସ୍ବୀ ସାହିତ୍ୟ ସାଧକ କବି ରମାକାନ୍ତ ରଥଙ୍କ ବିୟୋଗ ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ରମାକାନ୍ତ ରଥ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ପଟନାୟକ କହିଛନ୍ତି ଯେ ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତ ର ଜଣେ ସଫଳ ସ୍ରଷ୍ଟା ଥିଲେ। ତାଙ୍କର ସୃଷ୍ଟି ସମ୍ଭାର ତାଙ୍କ ପାଇଁ ଅନେକ ଯଶ ଓ ସମ୍ମାନ ଆଣିଦେଇଥିଲା ।

ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ ପାଇଁ ସେ ସବୁବେଳେ ପ୍ରେରଣା ର ଉତ୍ସ ହୋଇ ରହିବେ ବୋଲି ଶ୍ରୀ ପଟନାୟକ ତାଙ୍କ ଶୋକବାର୍ତ୍ତା ରେ କହିଛନ୍ତି। ଜଣେ ବିଜ୍ଞ ତଥା ଦକ୍ଷ ପ୍ରଶାସକ ଭାବରେ ମଧ୍ୟ ସ୍ବର୍ଗତ ରଥଙ୍କ ର ବିଶେଷ ସୁନାମ ରହିଥିଲା  । ତାଙ୍କର ବିୟୋଗ ସାହିତ୍ୟ ଜଗତ ରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ସ୍ବର୍ଗତ ରଥଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣେଇଛନ୍ତି।

Leave a Reply

Your email address will not be published. Required fields are marked *