ଭୁବନେଶ୍ୱରରେ ହେବ ଏଲିଭେଟେଡ କରିଡର୍‌। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ଏବଂ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ନାଗପୁର ଢାଞ୍ଚାରେ ଭୁବନେଶ୍ୱରରେ ହେବ ଏଲିଭେଟେଡ କରିଡର୍‌ । ଜୟଦେବ ବିହାର ଛକରୁ ନନ୍ଦନକାନନ ପର୍ଯ୍ୟନ୍ତ ଏହି ଏଲିଭେଟେଡ୍‌ ରୋଡ୍‌ ହେବ। ୨୭୦୦ କୋଟି ଟଙ୍କା ବ୍ୟୟବରାଦରେ ଏଲିଭେଟେଡ ରୋଡ ନିର୍ମାଣ ହେବ। ଆସନ୍ତା ଏପ୍ରିଲ ମାସ ଶେଷ ସୁଦ୍ଧା କାମ ଆରମ୍ଭ ହେବ ଏବଂ ସବୁ ଛକରେ ବାଇପାସ ରୋଡ୍‌ ରହିବ ।

ସୂଚନା ଯୋଗ୍ୟ; ତମାଣ୍ଡୋରୁ ପାଇକରାପୁର ଏବଂ ଧଉଳିରୁ ତମାଣ୍ଡୋ ୬ ଲେନ ରାସ୍ତା ହେବା ସହ ଭୁବନେଶ୍ୱର ସମ୍ପ୍ରସାରଣ ପାଇଁ ଆଉଟଡୋର ରିଂରୋଡ ଯୋଜନା କରାଯାଇଛି ।ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତିକରଣ କରାଯିବ । ସେହିପରି କଳ୍ପନା ମ୍ୟୁଜିୟମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏଓଭର ବ୍ରିଜ ନିର୍ମାଣ କରାଯିବ।

Leave a Reply

Your email address will not be published. Required fields are marked *