ଆଜି ବିଧାନସଭା ଗୃହରେ ଉଠିଲା ଭୂତ ରାସନକାର୍ଡ ପ୍ରସଙ୍ଗ। ଗୃହରେ ଅଶ୍ବିନୀ ପାତ୍ରଙ୍କ ପ୍ରଶ୍ନରେ ଉତ୍ତରରେ ତଥ୍ୟ ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ କହିଛନ୍ତି ଏପର୍ଯ୍ୟନ୍ତ ୨୨,୨୯୩ ଅଯୋଗ୍ୟ ରାସନ କାର୍ଡ ଚିହ୍ନଟ ହୋଇଥିବା ବେଳେ କେୱାଇସି ପରେ ବାଦ୍‌ ପଡ଼ିଛନ୍ତି ୮୪,୭୫୭ ହିତାଧୀକାରୀ ।

କଟକ ଜିଲ୍ଲାରେ ସର୍ବାଧିକ ୨୫୫୪ ରାସନ କାର୍ଡ କଟିଥିବା ବେଳେ ବୌଦ୍ଧରେ ସର୍ବନିମ୍ନ ୧୦୨ଟି ରାସନ କାର୍ଡ କଟାଯାଇଛି ।ସେହିଭଳି ଗଜପତି ଜିଲ୍ଲାରେ ୨୩୨ଟି , ଅନୁଗୁଳ ଜିଲ୍ଲାରେ ୧୧୦୧ଟି ରାସନକାର୍ଡ କଟିଛି । ଗଞ୍ଜାମରେ ୫୫୨, ଜଗତସିଂହପୁରରେ ୪୮୭, ଯାଜପୁରରେ ୬୦୫, ବାଲେଶ୍ଵରରେ ୧୪୩୬, ବରଗଡ଼ରେ ୪୬୮, ମାଲକାନଗିରିରେ ୨୯୮, ମୟୂରଭଞ୍ଜରେ ୧୨୮୨, ନବରଙ୍ଗପୁରରେ ୭୮୧, ନୟାଗଡ଼ରେ ୧୬୧୮, ନୂଆପଡ଼ାରେ ୨୮୨, ପୁରୀରେ ୮୭୬, ରାୟଗଡ଼ାରେ ୬୧୬, ସମ୍ବଲପୁରରେ ୯୩୧, ସୋନପୁରରେ ୪୨୬, ସୁନ୍ଦରଗଡ଼ରେ ୯୦୦ଜଣ ଅଯୋଗ୍ୟଙ୍କୁ ବାଦ ଦିଆଯାଇଛି ।

ସେହିଭଳି ଭଦ୍ରକରେ ୫୬୭, ବଲାଙ୍ଗିରରେ ୬୪୫, ଦେବଗଡ଼ରେ ୨୧୦, ଢେଙ୍କାନାଳରେ ୩୮୭, ଝାରସୁଗୁଡ଼ାରେ ୩୦୭, କଳାହାଣ୍ଡିରେ ୪୯୪, କନ୍ଧମାଳରେ ୬୫୬, କେନ୍ଦ୍ରାପଡ଼ା ୫୧୭, କେନ୍ଦୁଝରରେ ୭୩୧, ଖୋର୍ଦ୍ଧାରେ ୧୩୪୫, କୋରାପୁଟରେ ୯୦୭ଟି ଅଯୋଗ୍ୟ କାର୍ଡ କଟିଛି ।

Leave a Reply

Your email address will not be published. Required fields are marked *