ପ୍ରଚଣ୍ଡ ଖରା, ଅସହ୍ୟ ଝାଞ୍ଜିପବନ । ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ଆଜି ରାଜ୍ୟର ୨୨ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ୩୯.୫ ଡିଗ୍ରୀ ସହ ବୌଦ୍ଧ ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର । 
 
ଝାରସୁଗୁଡ଼ା ତାପମାତ୍ରା ୩୮.୬ ଡିଗ୍ରୀ, ବଲାଙ୍ଗିର ୩୮.୫, ସମ୍ବଲପୁର ୩୮.୩ ଡିଗ୍ରୀ ଥିବା ବେଳେ, ଟିଟିଲାଗଡ଼ ୩୭.୫, ହୀରାକୁଦ, ସୁନ୍ଦରଗଡ଼ ଓ ପାରଳାଖେମୁଣ୍ଡି ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି ।
 
ଭୁବନେଶ୍ୱର ତାପମାତ୍ରା ୩୫.୪ ଡିଗ୍ରୀ ଥିବାବେଳେ କଟକ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *