କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ ) ଅଫିସ୍‌ରେ ହାଜର ହେଲେ ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ର ବା ରାଜା ଚକ୍ର । ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ତନାଘନା । ଗର୍ଦ୍ଧମାର୍ଦନ ଲୋଡିଂ ଆଣ୍ଡ କୋ-ଅପରେଟିଭ୍‌ ସୋସାଇଟିର କୋଟି କୋଟି ଟଙ୍କାର ଘୋଟାଲା ନେଇ ରାଜା ଚକ୍ର ଙ୍କୁ ପଚରାଉଚରା କରୁଛି ଇଓଡବ୍ଲୁ । ୪୦ ରୁ ୫୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗରେ ବିଜେଡ଼ି ନେତା ରାଜା ଚକ୍ରଙ୍କୁ ଚାଲିଛି ମାରାଥନ ଜେରା କରାଯାଉଥିବା ସୂଚନା। ପୂର୍ବାହ୍ନ ସାଢେ ୧୦ଟାରୁ ଚାଲିଛି ପଚାରାଉଚରା କରାଯାଉଥିବା ଜଣା ପଡିଛି।

ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ ଥିବାବେଳେ ତାଙ୍କ ଉପରେ ରାଜା ଚକ୍ର ସାଂଘାତିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ସୂଚନା ଯୋଗ୍ୟ; କେନ୍ଦୁଝର ଗନ୍ଧମାର୍ଦ୍ଦନ ଓଏମସି ଖଣିରେ ଲୋଡ଼ିଂ ଦାୟିତ୍ୱ ନେଇଥିବା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ କୋଟି କୋଟି ଟଙ୍କା ହେରଫେର ଅଭିଯୋଗ ହୋଇଥିଲା । କିଛି ଦିନ ପୂର୍ବରୁ ଶୁଆକାଟି ସ୍ଥିତ ଲୋଡ଼ିଙ୍ଗ ଏଜେନ୍ସି କାର୍ୟ୍ୟାଳୟରେ ଇଓଡବ୍ଲୁ ପକ୍ଷରୁ ଚଢାଉ ହୋଇଥିଲା । ଖୋଲତାଡ଼ କରିବାରୁ ଏଥିରେ ପ୍ରାୟ ୫୦୦ କୋଟି ଟଙ୍କା ହେରଫେର ହୋଇଥିବା ଇଓଡବ୍ଲୁ ଜାଣିବାକୁ ପାଇଛି । ଏହି ସଂସ୍ଥା ସହ ଜଡ଼ିତ ୯ ଜଣଙ୍କୁ ଇଓଡବ୍ଲୁରେ ହାଜର ହେବାକୁ ନୋଟିସ୍ କରିଥିଲା । ସେ ମଧ୍ୟରେ ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କ ନାଁ ଥିଲା । ଆଜି ରାଜା ଚକ୍ର ଭୁବନେଶ୍ୱର ଅଫିସରେ ହାଜର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *