ଭୁବନେଶ୍ୱର ବାସଭବନରେ ପହଞ୍ଚିଲା ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ୬୬ ବର୍ଷ ବୟସରେ ଚିରବିଦାୟ ନେଇଛନ୍ତି ଉତ୍ତମ । ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାର ବାସଭବନକୁ ଅଣାଯାଇଛି ଉତ୍ତମଙ୍କ ପାର୍ଥିବ ଶରୀର । ବାସଭବନରେ ହେବ ଅନ୍ତିମ ଦର୍ଶନ । ଶେଷ ଦର୍ଶନ ପାଇଁ ଉତ୍ତମଙ୍କ ବାସଭବନରେ ବନ୍ଧୁ ଓ ପ୍ରିୟଜନଙ୍କ ଭିଡ଼ ଦେଖିବାକୁ ମିଳିଛି । ବାସଭବନରେ କରୁଛନ୍ତି ଅନ୍ତିମ ଦର୍ଶନ । ବାସଭବନରେ ଉତ୍ତମଙ୍କ ଶେଷଯାତ୍ରା ପାଇଁ କୋକେଇ ବନ୍ଧା ଆରମ୍ଭ ହୋଇଥିବାବେଳେ ବ୍ୟାପକ ପ୍ରସ୍ତୁତି ମଧ୍ୟ ହୋଇସାରିଛି । ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଉତ୍ତମଙ୍କ ଅନ୍ତେଷ୍ଠିକ୍ରିୟା ହେବାକୁ ଥିବାବେଳେ ସତ୍ୟନଗର ଶ୍ମଶାନରେ ସନ୍ଧ୍ୟାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ସୂଚନା ଯୋଗ୍ୟ; ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଉତ୍ତମ ମହାନ୍ତିଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ୨୦ ଦିନ କାଳ ଦିଲ୍ଲୀ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । । Post navigation ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା; ଏକ କୋଟିରୁ ଅଧିକ ମହିଳା ହେବେ ସାମିଲ ଉତ୍ତମ ମହାନ୍ତିଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୋକ