‘ପିଏମ୍ କିଷାନ ସମ୍ମାନ ନିଧି’ ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଲପୁରଠାରେ ଦେଶବ୍ୟାପୀ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପିଏମ୍-କିଷାନ ସହାୟତା ଯୋଜନାରେ ୧୯ତମ କିସ୍ତିରେ ୨୨ ହଜାର କୋଟି ଟଙ୍କାରୁ ଅଧିକ ଜମାରାଶି ହସ୍ତାନ୍ତରଣ କରିଛନ୍ତି ।

ଏହି ଯୋଜନା ଅଧୀନରେ ଯୋଗ୍ୟ କୃଷକ ପରିବାରକୁ ପ୍ରତି ୪ ମାସରେ ୨୦୦୦ ଟଙ୍କାର ୩ଟି ସମାନ କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ ।

ପିଏମ୍-କିଷାନ ସହାୟତା ଯୋଜନାରେ ଓଡ଼ିଶାର ୩୪, ୯୫,୧୪୭ ଜଣ ଚାଷୀ ଉପକୃତ ହୋଇଥିବାବେଳେ ଏହି କୃଷକ କଲ୍ୟାଣ କାର୍ଯ୍ୟକ୍ରମରେ ୩, ୪୩, ୪୪୭ ନୂଆ ହିତାଧିକାରୀ ଯୋଡ଼ି ହୋଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *