ବିଧାନସଭାରେ ଉଠିଲା ‘ଛି ଛି ଛିରେ ନନୀ’ ଗୀତା ପ୍ରସଙ୍ଗ ।ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ରାଜ୍ୟରେ ବର୍ତମାନ ଚର୍ଚ୍ଚାରେ ଅଛି ‘ଛି ଛି ଛିରେ ନନୀ’ ଗୀତ। ଏହି କୋରାପୁଟିଆ ଭାଷାକୁ ସ୍ବୀକୃତି ଦେବାକୁ ବାଚସ୍ପତିଙ୍କୁ ସେ ଅପିଲ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଗୀତ ବିଷୟରେ ଆଲୋଚନା କରି ପଦକ୍ଷେପ ନଅନ୍ତୁ ବୋଲି ସେ କହିଛନ୍ତି। ମୋ ବନ୍ଧୁ ସତ୍ୟ ଅଧିକାରୀ ସେ ଗୀତ ଗାଇଥିଲେ ଓ ସେ ପଦ୍ମଶ୍ରୀ ପୁରସ୍କାର ପାଇବାର ହକଦାର ବୋଲି କହିଛନ୍ତି ତାରା ବାହିନୀପତି । ସୂଚନାଯୋଗ୍ୟ ଗତ କିଛିଦିନ ଧରି ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ଛି ଛି ଛି ରେ ନନୀ ଛି, ଗୀତ। କୋରାପୁଟିଆ ଅଡିଓ ଆଲବମ୍ ବାଲିଫୁଲର ଏହି ଗୀତଟି, ପ୍ରେମ ଓ ବିରହର କଥା କହୁଛି । ଏହି ଗୀତଟି ଗାଇଥିଲେ ସ୍ବର୍ଗତ ସତ୍ଯନାରାୟଣ ଅଧିକାରୀ । ୩୦ ବର୍ଷ ତଳର କୋରାପୁଟିଆ ଦେଶିଆ ଗୀତ।ଆଉ ଚର୍ଚ୍ଚାକୁ ଆସିଛି । ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ବି ଏ ଗୀତର ଧୂନ୍ ଲୋକପ୍ରିୟ ହୋଇଉଠିଛି। Post navigation ରାଜଧାନୀରେ ମୋ ବସ୍ ଦୁର୍ଘଟଣା ଘଟଣା: ଝିଅ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ମାଆ ରାଜ୍ୟ ବଜେଟ୍ ୨୦୨୫-୨୬: ୨ ଲକ୍ଷ ୯୦ ହଜାର କୋଟିର ବ୍ୟୟବରାଦ, ବଜେଟରେ କୃଷିକୁ ଗୁରୁତ୍ୱ