ଦିନକୁ ଦିନ ରାଜଧାନୀରେ ବଢ଼ିବାକୁ ଲାଗିଛି ଟ୍ରାଫିକ ସମସ୍ୟା । ଏହି  ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଜୟଦେବ-ବିହାର-ନନ୍ଦନକାନନ ଫ୍ଲାଏଓଭର ବ୍ରିଜ । ଏ ନେଇ ଆଜି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସେ କହିଛନ୍ତି ଖୁବଶୀଘ୍ର ଜୟଦେବ-ବିହାର-ନନ୍ଦନକାନନ ଫ୍ଲାଏଓଭର ବ୍ରିଜ ଆରମ୍ଭ ହେବ । ଜୟଦେବ ବିହାରକୁ ସଂଯୋଗ କରି ନନ୍ଦନକାନନ ପର୍ଯ୍ୟନ୍ତ ଯିବ ଓଭରବ୍ରିଜ। ସବୁ ଦିଗକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ମଝିରେ ମଝିରେ ବଡ ଛକରେ ଏସକେପ୍ ୱେ ରହିବ । ଓଭରବ୍ରିଜରେ ଯାଉଥିବା ଲୋକଙ୍କୁ ତଳକୁ ଓହ୍ଲାଇବାକୁ ସମସ୍ୟା ହେବନି । ଯେଉଁ ରାସ୍ତା ତଳେ ଚାଲିଛି ଚାଲିବ, ଉପରେ ୪ ଲେନ ରାସ୍ତା ହେବ । ଏଥିରେ ଟ୍ରାଫିକ ସମସ୍ୟାରେ ସୁଧାର ଆସିବ । ଏ ନେଇ ଡିପିଆର ପ୍ରସ୍ତୁତ ହୋଇ ଯାଇଛି ।  ରାଜ୍ୟ ସରକାର ଜୟଦେବ ବିହାର ନନ୍ଦନକାନନ ଫ୍ଲାଏ ଓଭର ପ୍ରକଳ୍ପର ବଡ ଅଂଶ ଆର୍ଥିକ ବର୍ଷ ୨୦୨୭-୨୮ ପର୍ଯ୍ୟନ୍ତ ପୂରା କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Leave a Reply

Your email address will not be published. Required fields are marked *