ମାଲକାନଗିରି ଜଳବିଭାଜିକା ଉପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ସରକାରୀ ଟଙ୍କା ହଡ଼ପ ମାମଲାରେ ଶାନ୍ତନୁ ମହାପାତ୍ରଙ୍କୁ ଗିରଫ କରିବା ସମେତ ସରକାରୀ ଅର୍ଥ ହଡ଼ପରେ ସହଯୋଗ କରି ଆଉ ୪ ଜଣ ଗିରଫ କରିଛି ଭିଜିଲାନ୍ସ । ୪ କର୍ମଚାରୀ ହେଲେ ମାଲକାନଗିରି କୃଷି ବିଭାଗ ଇଞ୍ଜିନିୟର ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର୍ ବିଶ୍ୱଜିତ୍ ମଣ୍ଡଳ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଅମିୟକାନ୍ତ ସାହୁ ଏବଂ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦର ଜନସେବା କେନ୍ଦ୍ର ପରିଚାଳକ ଅଲେଖ ଚନ୍ଦ୍ର ପ୍ରଧାନ । ସୂଚନା ମୁତାବକ; ତିନିଦିନ ହେବା ଭିଜିଲାନ୍ସ ଟିମ୍ ଶାନ୍ତନୁ ମହାପାତ୍ର ଓ ତାଙ୍କ ସହଯୋଗୀଙ୍କ ବାସଭବନରେ ଚଢ଼ଉ ଜାରି ରଖିଛି କରିଥିଲା । ଚଢ଼ଉ ସମୟରେ ଶାନ୍ତନୁ ମହାପାତ୍ରଙ୍କଠାରୁ ୨ କୋଟି ଟଙ୍କା ନଗଦ ଟଙ୍କା ଠାବ କରିଥିବା ବେଳେ ୪୨୨ ଗ୍ରାମ୍ ସୁନା ମିଳିଛି । ଏହା ସହିତ ୧ଟି ତିନି ମହଲା କୋଠା ଓ ୪ଟି ଦାମୀ ପ୍ଲଟ୍ ସେହିପରି ତାଙ୍କ ସହଯୋଗୀମାନଙ୍କ ଘରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ଏଥିସହିତ ୩୫ଟି ଶ୍ରମିକଙ୍କ ବ୍ୟାଙ୍କ୍ ପାସବୁକ୍ ମିଳିଛି, ଅଧିକ ଯାଞ୍ଚ ଚାଲିଛି । ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ନ ଦେଇ ପାରିବା ଏବଂ ସମସ୍ତ ତଥ୍ୟ ପ୍ରମାଣ ମିଳିବା ପରେ ୫ ଜଣଙ୍କୁ ଗିରଫ କରାଯାଇଛି । Post navigation ମହାକୁମ୍ଭ ମେଳାରେ ପୁଣି ଅଗ୍ନିକାଣ୍ଡ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଆଶ୍ବସ୍ତି