ଫେବ୍ରୁଆରି ୧୦ରୁ ହେବ ରାଜ୍ୟରେ ଜୋର୍ଦାର୍ ହେବ ଗାଡି ଚେକିଂ। ଏନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ। ସୂଚନା ଅନୁଯାୟୀ, ଗାଡ଼ି କାଚରେ କଳାଜରି, ଉଚ୍ଚ ଶବ୍ଦରେ ହର୍ଣ୍ଣ ଥିଲେ କଡ଼ା ଆକ୍ସନ ନିଆଯିବ। ଗାଡ଼ିର ଆଗ ଓ ପଛକାଚ ଦେଇ ଅତି କମରେ ୭୦ ପ୍ରତିଶତ ଦେଖାଯିବା ଜରୁରୀ। ବାମ ଓ ଡାହାଣ ପାଶର୍ବ କାଚ ଦେଇ ଅତି କମରେ ୫୦ପ୍ରତିଶତ ଦେଖାଯିବା ଜରୁରୀ । ଏହା ସହ କଟକ ଓ ଭୁବନେଶ୍ବରରେ ବ୍ୟାପକ ଚଢ଼ାଉ ହେବ। ୧୦ ପୂର୍ବରୁ ଏଥିରୁ ନିବୃତ୍ତ ରହିବାକୁ ପୋଲିସ ପରାମର୍ଶ ଦେଇଛି। ସେହିପରି ବୀମା ନଥିବା ଗାଡ଼ିଗୁଡ଼ିକ ରାସ୍ତାରେ ଗଡ଼ିଲେ କଟିବ ଚାଲାଣ । ବୀମା ନଥିବା ଗାଡ଼ିକୁ ଚିହ୍ନଟ କରି ଇ-ଡିଟେକ୍ସନ ଜରିଆରେ ସ୍ବୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲ୍ଗେଟ୍ । ପ୍ରଥମ ଥର ଧରା ପଡ଼ିଲେ ଏକ ହଜାର ଟଙ୍କା ଏବଂ ବାରମ୍ବାର ନିୟମ ଉଲଂଘନ କଲେ ଜରିମାନା ରାଶି ୪ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ । କେବଳ ଜରିମାନା ନୁହେଁ ବରଂ ଗାଡ଼ି ମାଲିକଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ଦିଆଯାଇପାରେ। Post navigation ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଷୋଡ଼ଶ ଅର୍ଥ କମିଶନ ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ ଆରମ୍ଭ