ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା ୧୫ ଜଣିଆ ପ୍ରତିନିଧି ଦଳ ଆଜି ଦ୍ଵିତୀୟ ଦିନରେ ପୁରୀଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ପୁରୀ ରାଜଭବନରେ ପୁରୀ ପୌର ପାଳିକା କର୍ମକର୍ତ୍ତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ କମିଶନ । ଆର୍ଥିକ ଆବଣ୍ଟନ, ସହରାଞ୍ଚଳ ଭିତ୍ତିଭୂମି ବିକାଶ ଏବଂ ସହରରେ ନାଗରିକ ସୁବିଧା ବୃଦ୍ଧି ପାଇଁ ରଣନୀତି ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପୌର ଅଧିକାରୀମାନେ ପରିମଳ, ଡ୍ରେନେଜ୍, ବର୍ଜ୍ୟବସ୍ତୁ ପରିଚାଳନା, ଷ୍ଟ୍ରିଟ୍ ଲାଇଟ୍ ସମେତ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ସହ ଉନ୍ନତ ଭିତ୍ତିଭୂମିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପାନାଗାରିଆ ବ୍ଲୁ ଫ୍ଲାଗ୍ ବେଳାଭୂମି ପରିଦର୍ଶନ କରିବା ସହ ସନ୍ଧ୍ୟାରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ କୋଣାର୍କର ସୂର୍ଯ୍ୟ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । Post navigation ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: କମିଶନଙ୍କ ତଦନ୍ତ ଶେଷ