ଆସନ୍ତା ୪ ତାରିଖରୁ ଖଣ୍ଡଗିରି ମେଳା। ଏନେଇ ରାଜଧାନୀରେ ଜୋରସୋର ପ୍ରସ୍ତୁତି ଚାଲିଛି ।  ଏବେଠୁ ଖଣ୍ଡଗିରି ମୁହାଁ ହେଲେଣି ସାଧୁସନ୍ଥ । ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ଲାଗିଛନ୍ତି । ଖଣ୍ଡଗିରି ଗୁମ୍ଭାରୁ ଶୁଭିଲାଣି ବାବାଙ୍କ ମନ୍ତ୍ରପାଠ। ଆଜି ବସନ୍ତ ପଞ୍ଚମୀ ଅବସରରେ କିଛି ସାଧୁ ଆରମ୍ଭ କରିଛନ୍ତି ପୂଜାର୍ଚ୍ଚନା ।

ଅନ୍ୟପଟେ ମେଳା ପାଇଁ ବ୍ୟବସାୟୀମାନେ ବିଏମ୍‌ସିକୁ ବଇନା ଦେଇସାରିଲେଣି। କିଛି ଚିହ୍ନଟ ସ୍ଥାନରେ ପାଲ ବନ୍ଧାହେଲାଣି। ପାହାଡ଼ ତଳେ ନାଗାବାବା ଆସ୍ଥାନ ଜମାଇଲେଣି। ବାବାଙ୍କଠାରୁ ଆଶିଷ ପାଇବାକୁ ଭକ୍ତମାନେ ମଧ୍ୟ ପହଞ୍ଚୁଛନ୍ତି।

Leave a Reply

Your email address will not be published. Required fields are marked *