ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ନବୀନ । ସେ ନିଜ ସୋସିଆଲ ମଡିଆ ‘ଏକ୍ସ’ ମାଧ୍ୟମରେ ଲେଖିଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ଭୟାନକ ସ୍ଥିତିରେ ପହଁଚିଛି, ଲୋକଙ୍କ ଜୀବନ ବିପଦରେ ପଡ଼ିଛି। ଘଟଣାରେ ୬ ଜଣ ନିରୀହ ଲୋକଙ୍କ ପ୍ରାଣହାନୀ ହେବା ମୋତେ ଦୁଃଖିତ କରିଛି। ଜାନୁଆରୀ ୨ ତାରିଖରୁ ସ୍ଥାନୀୟ ଅଞ୍ଚଳରେ ହଇଜା ସ୍ଥିତି ନଜରକୁ ଆସିଥିଲେ ବି ଲୋକଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ସରକାର କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନ କରିବା ବଡ଼ ପରିତାପର ବିଷୟ।

ସେ ଆଉ ମଧ୍ୟ ଲେଖିଛନ୍ତି ହଇଜା ପ୍ରଭାବିତ ଅଞ୍ଚଳର ସରକାର ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେଇ ଥିଲେ ଆଜି ଏପ୍ରକାର ସ୍ଥିତି ହୋଇନଥାନ୍ତା, ଲୋକଙ୍କ ଜୀବନ ଯାଇନଥାନ୍ତା। ଲୋକମାନଙ୍କୁ ସରକାର ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଅନ୍ତୁ । ରାଜ୍ୟ ରାଜଧାନୀରୁ ମାତ୍ର ୫୦ କିମି ଦୂରରେ ହଇଜା ପରିସ୍ଥିତି ଉପୁଜିଥିଲେ ବି ସରକାରଙ୍କ ଏଥିପ୍ରତି କୌଣସି ନିଘା ନଥିବା ପରି ମନେ ହେଉଛି। ଜୀବନ ବଡ଼ ମୂଲ୍ୟବାନ, ସବୁସ୍ଥିତିରେ ଲୋକଙ୍କ ଜୀବନ ସୁରକ୍ଷିତ କରିବା ହେଉଛି ସରକାରଙ୍କ ସବୁଠୁ ବଡ଼ କର୍ତ୍ତବ୍ୟ। ହଇଜାରୁ ଲୋକଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ସରକାର ତୁରନ୍ତ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରନ୍ତୁ।

Leave a Reply

Your email address will not be published. Required fields are marked *