ପୁଣି ସ୍ଥଗିତ ରହିଲା ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । ଶ୍ରୀପଞ୍ଚମୀ ଏବଂ ବନକଲାଗି ନୀତି ପାଇଁ ମରାମତି କାର୍ଯ୍ୟ ସ୍ଥଗିତ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଶ୍ରୀପଞ୍ଚମୀ ତଥା ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଦୁଇଟି ପର୍ଯ୍ୟାୟରେ ରତ୍ନ ଭଣ୍ଡାର କାର୍ଯ୍ୟ ସ୍ଥଗିତ ରହିବ । ଶ୍ରୀପଞ୍ଚମୀ ଉପଲକ୍ଷେ ଫେବ୍ରୁଆରି ୨, ୩ ତାରିଖ ଦିନ ମରାମତି କାର୍ଯ୍ୟ ବନ୍ଦ ରହିବାକୁ ଥିବାବେଳେ ଫେବ୍ରୁଆରି ୫ ଓ ୬ ତାରିଖ ଦିନ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯିବ । Post navigation ସ୍ଥାୟୀ ନିଯୁକ୍ତି ଦାବି କଲେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ କାଲିଠାରୁ ରାସ୍ତାରେ ଚାଲିପାରିବନି ବୀମା ନ ଥିବା ଗାଡ଼ି