ଆଉ ଦିନକ ପରେ ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ସାରା ଦେଶରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ରାଜଧାନୀ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଆୟୋଜିତ ହେବାକୁ ରାଜ୍ୟ ସ୍ତରୀୟ ପରେଡ୍ ପାଇଁ ଚାଲିଛି ପ୍ରସ୍ତୁତି । ଆଜି ଗାନ୍ଧୀମାର୍ଗରେ ପରେଡ୍ ଅଂଶ ଗ୍ରହଣ କରୁଥିବା ଟିମ୍ ଗୁଡ଼ିକ୍ ଫୁଲ୍ ଡ୍ରେସ୍ ରିହରସଲ୍ କରିଛନ୍ତି । ଆଜି ସକାଳେ ଅଭ୍ୟାସ ପରେଡରେ ଭାଗ ନେଇଛନ୍ତି ପ୍ରାୟ ୪୯ ଟି ମାର୍ଚ୍ଚିଂ କଣ୍ଟିଜେଣ୍ଟ ଗ୍ରୁପ୍, ୧୦ଟି ପ୍ରଜ୍ଞାପନ ମେଢ଼ ଓ ୪ଟି ସାଂସ୍କୃତିକ ଦଳ ଫୁଲ୍ ଡେସ୍ ଅଭ୍ୟାସ କରିଛନ୍ତି । ଚଳିତ ବର୍ଷ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ନୂତନ ରାଜ୍ୟପାଳ ଡାକ୍ତର ହରି ବାବୁ କମ୍ଭମପତି ପ୍ରଥମ ଥର ପାଇଁ ଓଡ଼ିଶାରେ ଧ୍ୱଜାବତରଣ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ଏଥର ପରେଡରେ ନେତୃତ୍ୱ ନେଉଛନ୍ତି ଯୁବ ଆଇପିଏସ ଅଫିସର୍ ଭୋସଲେ ଶୁଭମ ସଞ୍ଜୟ । ଅନ୍ୟପଟେ ସାଧାରଣ ଦିବସ ଉପଲକ୍ଷେ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ଦର୍ଶକଙ୍କ ପାଇଁ ୭ଟି ସ୍ୱତନ୍ତ୍ର ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି । ରେଳଷ୍ଟେସନ ନିକଟ ବିଡିଏ ବସଷ୍ଟାଣ୍ଡ, ୨ ନଂ ସରକାରୀ ବାଳିକା ବିଦ୍ୟାଳୟ ପଡ଼ିଆ ଏବଂ ରବିନ୍ଦ୍ର ମଣ୍ଡପ ଭିତରେ ବାଇକ୍ ଓ କାର୍ ପାର୍କିଂ କରିବାର ବ୍ୟବସ୍ଥା ରହିଛି । ସେହିପରି କଂଗ୍ରେସ ଭବନ, ଜୟଦେବ ଭବନ, ୩ ନଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାମ୍ନା ଓ ଇଡକଲ ଅଡିଟୋରିୟମର ଖୋଲା ଜାଗାରେ ମଧ୍ୟ ଗାଡ଼ି ରଖିବାର ସୁବିଧା ରହିଛି । Post navigation ପୁଣି ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ୍ ଠକ ଦମ୍ପତି ହଂସିତା-ଅନିଲ ଅସ୍ତ୍ରଶସ୍ତ୍ର କାରଖାନାରେ ବିସ୍ଫୋରଣ: ଜଣେ ମୃତ; ଅନେକ ଗୁରୁତର