ଖୋଲୁଛି ରାଜଧାନୀର ହାଇପ୍ରୋଫାଇଲ୍ ଠକ ବଣ୍ଟି-ବବଲିଙ୍କ କଳାସାମ୍ରାଜ୍ୟ ଗୁମର । ପୁଣି ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ୍ ଠକ ଦମ୍ପତି ହଂସିତା-ଅନିଲ । ଯୁବତୀ ଚାଲାଣ କରିଥିବା ନେଇ ତଥ୍ୟ ପାଇବା ପରେ ଉଭୟଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୋଲିସ । ଯୁବତୀ ଚାଲାଣ ପ୍ରସଙ୍ଗରେ ଅଧିକ ଖୋଳତାଡ଼ ପାଇଁ ରିମାଣ୍ଡରେ ଆଣିବ ପୋଲିସ । କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଏହା ନେଇ ଜେରା କରିବା ନେଇ ଜଣାପଡିଛି । ସୂଚନା ଯୋଗ୍ୟ; ଅନିଲ ମହାନ୍ତି ଏବଂ ହଂସିତା ଅଭିଲପ୍ସା ନିଜକୁ ସ୍ଵାମୀ ସ୍ତ୍ରୀର ପରିଚୟ ଦେଇ ଏକାଠି ରହୁଥିଲେ। ଦାମୀ ଆପାର୍ଟମେଣ୍ଟରେ ରହୁଥିଲେ, ଲଗଜରୀ କାର ଧରି ବୁଲୁଥିଲେ। ନିଜକୁ ପିକେ ମିଶ୍ରଙ୍କ ଝିଅ-ଜ୍ଵାଇଁର ପରିଚୟ ଦେଉଥିଲେ। କେବଳ ସେତିକି ନୁହେଁ ଓଡ଼ିଶାର କିଛି ବଡ଼ ବଡ଼ ବ୍ୟକ୍ତିଙ୍କ ଫଟୋ ସହ ନିଜ ଫଟୋକୁ ଏଡିଟ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ। ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ମାଲିକଙ୍କୁ ଠକେଇ କରିବାକୁ ଯୋଜନା କରୁଥିବାବେଳେ ଗତ ୨୦୨୪ ଡିସେମ୍ବର ୨୬ ତାରିଖରେ ଫସିଥିଲେ ଅନିଲ-ହଂସିକା।ଉଭୟଙ୍କ ବିରୋଧରେ ଠକେଇ ଅଭିଯୋଗ ହେବା ପରେ ୨୦୨୪ ଡିସେମ୍ବର ୨୯ ତାରିଖରେ ଅନିଲ ଓ ହଂସିକାଙ୍କୁ ଗିରଫ କରିଥିଲା ଇନଫୋସିଟି ଥାନା ପୋଲିସ।ଅନିଲ-ହଂସିତା ଏବେ ଗିରଫ ହୋଇ ଜେଲରେ ଥିବାବେଳେ ସେମାନଙ୍କ କଳାସାମ୍ରାଜ୍ୟର ଗୁମର ଖୋଲୁଛି କମିଶନରେଟ ପୋଲିସ। Post navigation ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ମିଳିଲା ୧୨ ଜଣଙ୍କ ପରିଚୟ ଭୁବନେଶ୍ବର ଗାନ୍ଧୀମାର୍ଗରେ ଚାଲିଛି ଫୁଲ୍ ଡ୍ରେସ୍ ପରେଡ ରିହର୍ସାଲ