ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବା ପରେ ଅପରାହ୍ନରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ଵାକ୍ଷରିତ କରିଛନ୍ତି । ଥର୍ମନ ଶନ୍ମୁଗରତ୍ନମ୍ ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ସିଙ୍ଗାପୁର ଏବଂ ଓଡିଶା ରାଜ୍ୟ ମଧ୍ୟରେ ବଢ଼ୁଥିବା ଭାଗିଦାରୀରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ ବୋଲି କହିଛନ୍ତି । ପ୍ରମୁଖ କ୍ଷେତ୍ରଗୁଡିକରେ ସହଯୋଗକୁ ମଜବୁତ କରିବାପାଇଁ ଓଡିଶା ସରକାର ଏବଂ ବିଭିନ୍ନ ସିଙ୍ଗାପୁର ର ସଂସ୍ଥା ଗୁଡିକ ମଧ୍ୟରେ ବିଭିନ୍ନ ଚୁକ୍ତିନାମାର ବିନିମୟ ହୋଇଥିଲା l ସେଗୁଡିକ ହେଲା: ➡️ଅକ୍ଷୟ ଶକ୍ତି ଜ୍ଞାନ କୌଶଳ ସମ୍ପର୍କରେ ଗବେଷଣା ➡️ଇଣ୍ଡଷ୍ଟ୍ରିଆଲ ପାର୍କ ➡️ନୂତନ ସହରର ବିକାଶ ➡️ଗ୍ରୀନ ହାଇଡ୍ରୋଜେନ ➡️ପେଟ୍ରୋଲିୟମ ଏବଂ ପେତ୍ର କେମିକାଲ ନିବେଶ ➡️ସିଙ୍ଗାପୁର ଓଡ଼ିଶାର ଆର୍ଥିକ ପ୍ରଯୁକ୍ତିଗତ ପ୍ରବନ୍ଧନର ସୁଦୃଢ଼ୀକରଣ ➡️ଭବିଷ୍ୟତ ପାଇଁ ଦକ୍ଷତା ବିକାଶ ➡️ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ Post navigation ଆସନ୍ତା ୨୦ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ନବୀନଙ୍କ କାମକୁ ନୂତନ ଅଧ୍ୟାୟର ଶୁଭାରମ୍ଭ ବୋଲି କୁହାଯାଉଛି: ବିଜେଡି