ସୁସ୍ଥ ହେଉଛନ୍ତି ବଲିଉଡ୍ ସୁପର୍‌ଷ୍ଟାର ଅଭିନେତା ସୈଫ୍ ଅଲ୍ଲୀ ଖାନ୍।  ତାଙ୍କୁ ଆଇସିୟୁରୁ ସ୍ପେଶାଲ ୱାର୍ଡ଼କୁ ସିଫ୍ଟ କରାଯାଇଥିବା ସୂଚନା ମିଳିଛି। ଏହା ସହ ୩ ଦିନ ଭିତରେ ସୈଫ୍ ଡିସଚାର୍ଜ ହୋଇପାରନ୍ତି । ତାଙ୍କ ଚଲାବୁଲା ଉପରେ ସପ୍ତାହେ ପର୍ଯ୍ୟନ୍ତ କଟକଣା ରହିବ ବୋଲି ସୈଫ୍‌ଙ୍କ ଅପରେସନ କରିଥିବା ଡାକ୍ତର ସୂଚନା ଦେଇଛନ୍ତି। ସୈଫ୍‌ଙ୍କ ହାତରେ ୨ଟି ଓ ବେକରେ ଗୋଟିଏ ଆଘାତ ଲାଗିଥିଲା । ପ୍ଲାଷ୍ଟିକ ସର୍ଜରୀ କରାଯାଇଛି, ଏବେ ସୁସ୍ଥ ଥିବା ଜଣାପଡିଛି ।

ଅନ୍ୟପଟେ ସୈଫଙ୍କ ଉପରେ ଆକ୍ରମଣ ମାମଲାରେ ବାନ୍ଦ୍ରା ପୋଲିସର ସ୍ପୋସାଲ ଟିମ୍ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି । ସନ୍ଦିଗ୍ଧ ଜଣଙ୍କ ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ପଶି ତାଙ୍କୁ ଛୁରାମାଡ଼ କରିଥିଲେ।

ସୂଚନା ଯୋଗ୍ୟ; ଗତ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୨ଟା ପାଖାପାଖି କିଛି ଅଜଣା ବ୍ୟକ୍ତି ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ବଲିଉଡ୍‌ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ବାସଭବନରେ ପଶି ତାଙ୍କୁ ଛୁରାମାଡ଼ କରିଥିଲେ। ଚୋରି କରିବାକୁ ଆସିଥିବା ବେଳେ ସୈଫଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *