ଛତିଶଗଡ଼ରେ ଆଇଡି ବିସ୍ଫୋରଣ । ଏଥିରେ ୨ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ର ବିଜାପୁର ଜିଲ୍ଲା ବାସାଗୁଡା ଥାନା ପୁଟକେଲ ଗାଁ ନିକଟରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଯବାନ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଯୋଗ୍ୟ; କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଏବଂ ୨୨୯ କୋବ୍ରା ବାଟାଲିୟନର ଯବାନଙ୍କ ମିଳିତ ଫୋର୍ସ ପୁଟକେଲ କ୍ୟାମ୍ପରୁ ଏରିଆ ଡୋମିନେସନ୍ ଡ୍ୟୁଟି ପାଇଁ ବାହାରିଥିଲେ। ସର୍ଚ୍ଚ ଅପରେସନ୍ ସମୟରେ ନକ୍ସଲମାନେ ଲଗାଯାଇଥିବା ପ୍ରେସର୍ ଆଇଇଡି ବିସ୍ଫୋରଣରେ ଅଚାନକ ଯବାନଙ୍କ ପାଦ ବୋମା ଉପରେ ପଡ଼ିଥିଲା। ଏହାଫଳରେ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଆହତ ସୈନିକମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । Post navigation ସ୍ପେଡେକ୍ସ ମିଶନରେ ଇସ୍ରୋକୁ ମିଳିଲା ବଡ଼ ସଫଳତା; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନବଦାସ ହତ୍ୟା ମାମଲା; ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇଲେ ନିଆଯିବ ନିଷ୍ପତ୍ତି: ଆଇନ ମନ୍ତ୍ରୀ