ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ । ୨୦୨୫ ରେ ବିହାରରେ ହେବାକୁଥିବା ବିଧାନସଭା ନିର୍ବାଚନରେ ପୁଣି ଏନଡିଏ ସରକାର ଗଠନ ହେବ । ଗତ ୧୦ ବର୍ଷ ମଧ୍ୟରେ ବିହାରର ବିକାଶ ହୋଇଛି ଏବଂ ନୀତୀଶ କୁମାରଙ୍କ ସରକାର ସମସ୍ତଙ୍କ ପାଇଁ ନ୍ୟାୟ ସହିତ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି । ସେଭଳି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ଦକ୍ଷ ପ୍ରଶାସନିକ ଦୃଷ୍ଟିଭଙ୍ଗୀ ଓଡିଶାକୁ ଜାତୀୟ ସ୍ତରରେ ସୁନାମ ଆଣିଦେଇଛି । ତେଣୁ ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକ ଭଳି ନେତାଙ୍କୁ ଭାରତ ରତ୍ନ ରେ ସମ୍ମାନିତ କରିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି । Post navigation ବଡ଼ଦିନ ଉତ୍ସବରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ଆସିବାକୁ ରଘୁବରଙ୍କ ଇଚ୍ଛା: ବିଜୟ ପାଲ ସିଂ ତୋମାର