ଆନ୍ଧ୍ର ପ୍ରଦେଶ କୋରାପୁଟ ଜିଲ୍ଲା କୋଟିଆ ଉପରେ ନଜର ଦେଲା ଭଳି ରାଜ୍ୟର ଅନ୍ୟପ୍ରାନ୍ତ ଜିଲ୍ଲାର ସୀମାନ୍ତରେ ଆନ୍ଧ୍ର ପ୍ରଦେଶ କିଛି ନା କିଛି ହାକିମ ପଣ ଜାହିର କରିଥିବା ବହୁ ପୃଷ୍ଠାନ୍ତ ରହିଛି । ଓଡିଶାର ପାଣି, ଖଣି, ବାଲି, ପଥର ଖାଦାନ ଲୁଟି ନେଉଥିବା ବେଳେ ସୀମାନ୍ତରେ ଓଡିଶା ରାସ୍ତା ବ୍ୟବହାର କରି ଦାଦାଗିରି ଦେଖାଇବା, ଓଡିଶାର ଗ୍ରାମାଞ୍ଚଳରେ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଆଦି ସ୍ଥାପନ କରି ହୁକୁମ ଜାହିର କରିବା, ଆଦିବାସୀଙ୍କ ଯୋଜନା ପ୍ରଦାନ ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ପାଇଁ ମସୁଧା କରିବା, ଓଡିଶାର ପୁରପଲ୍ଲୀ ତଥା ଆଭ୍ୟନ୍ତରୀଣ ଇଲାକା ଗୁଡିକୁ କବଳିତ କରିବା ଆଦି ନଜିର ରହିଛି । ଗତ ୧୬ ତାରିଖ ଦିନ ଲୋକଙ୍କ ପାଇଁ ଗମନଗମାନ କରୁଥିବା ରାସ୍ତାକୁ ଖୋଳି ଦେଇ ବାଟ ଓଗାଳି ଦେଇଥିବାର ଘଟଣା ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଶରଧାପୁର ପଞ୍ଚାୟତ ଅନ୍ତର୍ଗତ ଗଜପତି ନଗର ଗ୍ରାମ ସୀମାନ୍ତେରେ ଦେଖିବାକୁ ମିଳିଛି ।

ସଦରମହକୁମା ପାରଳାଖେମୁଣ୍ଡିକୁ ଯାତାୟତ ପାଇଁ ଓଡ଼ିଶା ଲୋକଙ୍କୁ ଶରଧାପୁର-ଗଜପତିନଗର ଓ ଆନ୍ଧ୍ରର ଚାପରା ଓ ମେଳିଆପୁଟି ରାସ୍ତା ଦେଇ ଯାତାୟତ କରିବାକୁ ହୋଇଥାଏ । ଏହା ଏକ ପ୍ରମୁଖ ରାସ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଗୋଷାଣି ବ୍ଲକ୍‌ର ଗୁରାଣ୍ଡି, ଏସ୍‌ଏନ୍‌ପେଣ୍ଠ ଓ ଜଙ୍ଗଲପାଡୁ ଆଦି ବହୁ ଗ୍ରାମାଞ୍ଚଳବାସୀ ଗଜପତିନଗର ଦେଇ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି । ସ୍ୱଳ୍ପ ଦୂରତା ପଡୁଥିବା ଯୋଗୁଁ ଏହି ରାସ୍ତା ଉପରେ ସଭିଏଁ ନିର୍ଭର କରୁଛନ୍ତି । ସୀମାନ୍ତ ଆନ୍ଧ୍ରର କିଛି ଗ୍ରାମବାସୀ କଳିହୁଡ଼ି ସାଜି ରାସ୍ତା ଖୋଳି ଦେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *