ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଗତ କାଲି ଦେଶର ନିର୍ବାଚନ କମିଶନ ଙ୍କୁ ଭେଟି ଗତ ସାଧାରଣ ନିର୍ବାଚନରେ ବଡ ଧରଣର ଅସଙ୍ଗତି ଥିବା ଦର୍ଶାଇଥିବାବେଳେ ଆଜି ଶଙ୍ଖ ଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ମୁଖପାତ୍ର ଅରୁଣ ସାହୁ ଏବଂ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ନିର୍ବାଚନ ଶେଷ ହେବା ପରେ ପ୍ରଦାନ କରାଯାଇଥିବା ଭୋଟ ସଂଖ୍ୟା ଓ ଗଣତି ହୋଇଥିବା ଭୋଟ ସଂଖ୍ୟା ଭିତରର ତାରତମ୍ୟ ସମଗ୍ର ନିର୍ବାଚନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କହିଛନ୍ତି ।
ସବୁଠାରୁ ସୁରକ୍ଷିତ ଓ ସ୍ୱଚ୍ଛ କୁହାଯାଉଥିବା ଇଭିଏମ୍ରେ ମତଦାନ ସତ୍ତ୍ୱେ ଭୋଟ ସଂଖ୍ୟାରେ ଏଭଳି ବ୍ୟବଧାନ କାହିଁକି ଦେଖାଦେଲା ବୋଲି ପ୍ରଶ୍ନ ଉଠାଇଛି ବିଜେଡି । କାହା ଚାପରେ ନିର୍ବାଚନ ଅଧିକାରୀମାନେ ଫର୍ମ ୧୭ସି ମାଧ୍ୟମରେ ତଥ୍ୟ ଦେଉନାହିଁ ବୋଲି ପ୍ରଶ୍ନ କରିଛି ବିଜୁ ଜନତା ଦଳ ।