ଏକ ଦେଶ, ଏକ ନିର୍ବାଚନ ସହ ଜଡିତ ବହୁ ପ୍ରତୀକ୍ଷିତ ବିଲ୍ ସୋମବାର ଅପରାହ୍ନରେ ଲୋକସଭାରେ ଆଗତ ହେବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ । । ଆଇନ ମନ୍ତ୍ରୀ ଅର୍ଜୁନ ମେଘଓ୍ବାଲ ଲୋକସଭାରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍ ଉପସ୍ଥାପନ କରିବେ । ପ୍ରଥମେ ଏହି ବିଲ୍କୁ ଡିସେମ୍ବର ୧୬ର କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ କରାଯାଇଥିଲା । ହେଲେ ଏହା ସମ୍ଭବ ହୋଇପାରି ନଥିଲା । ସରକାର ବିଲ୍ ବାବଦ ତଥ୍ୟ ପୂର୍ବରୁ ହିଁ ସାଂସଦଙ୍କୁ ଦେଇସାରିଛନ୍ତି, ଯାହା ଦ୍ୱାରା ସେମାନେ ଏହାର ଅଧ୍ୟୟନ କରିପାରିବେ । ପ୍ରକାଶ ଥାଉ କି, ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୨୦ରେ ସମାପ୍ତ ହେଉଛି । ଯଦି ଏହି ବିଧେୟକ ମଙ୍ଗଳବାର ଆଗତ ନହୁଏ, ତେବେ ସରକାରଙ୍କ ନିକଟରେ ବିଲ୍ ଉପସ୍ଥାପନ ପାଇ ମାତ୍ର ୩ ଦିନ ରହିବ । ଏପରି ସ୍ଥିତିରେ ବିଲ୍ ଉପରେ ଚର୍ଚ୍ଚା ପାଇଁ ବିଶେଷ ସମୟ ରହିବନି । Post navigation ସଂସଦରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ‘ପାଲେଷ୍ଟାଇନ’ ବ୍ୟାଗକୁ ନେଇ ଝଡ଼ ଜୟ ଶ୍ରୀରାମର ନାରା କିପରି ଅପରାଧ ?