‘ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍’ର ଭୁବନେଶ୍ବର ଜିଜିଏମ୍ ଚଞ୍ଚଲ୍ ମୁଖାର୍ଜୀଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦିଆଯିବା ମାମଲା ଭିନ୍ନ ମୋଡ଼ ନେଇଛି। ଏହି ମାମଲାରେ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ନାଁ ଆସିବା ପରେ ସମ୍ପୂର୍ଣ ଘଟଣା ନୂଆ ମୋଡ଼ ନେଇଛି । ତାଙ୍କୁ ସିବିଆଇଭାରତୀୟ ନ୍ୟାୟ ସଂହିତା ଧାରା ୧୭୯ରେ ଦିଲ୍ଲୀ ସିବିଆଇରୁ ଆଇଏଏସ୍ ଶ୍ରୀ ସେଠୀଙ୍କୁ ସମନ କରାଯାଇଛି। ୧୦ ତାରିଖରେ ସିବିଆଇ ସମନ ପଠାଇଥିଲା ଏବଂ ୧୧ ତାରିଖରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଥିଲା। ଆଜି ଶ୍ରୀ ସେଠୀ ଙ୍କୁ ସିବିଆଇ ଦ୍ୱାରା ଭୁବନେଶ୍ୱର ଅଫିସରେ ଜେରା କରାଯିବ। ‘ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍’ର ବିଭିନ୍ନ ଟେଣ୍ଡର ବାବଦରେ ସିବିଆଇ ତାଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ଆଇଏଏସ୍ ଶ୍ରୀ ସେଠୀଙ୍କ ଜେରା ଅସ୍ପଷ୍ଟ ଥିଲେ ହେଁ ତାଙ୍କ ଡ୍ରାଇଭର ନୃସିଂହ ଶତପଥୀଙ୍କୁ ଆଜି ସିବିଆଇ ଜେରା କରିଥିବା ସ୍ପଷ୍ଟ ହୋଇଛି। ପ୍ରାୟ ୨ଘଣ୍ଟା କାଳ ସିବିଆଇ ତାଙ୍କୁ ମାରାଥନ୍ ଜେରା କରିଛି। ୨ମାସ ହେବ ନୃସିଂହ ଆଇଏଏସ୍ ଶ୍ରୀ ସେଠୀଙ୍କ ଅଧୀନକୁ ଆସିଥିଲେ। ଏହି ୨ମାସ ଭିତରେ ଆଇଏଏସ୍ ଶ୍ରୀ ସେଠୀ ଅଫିସ୍ ଛଡ଼ା ଅନ୍ୟ କୁଆଡ଼େ ଯାଉଥିଲେ, କାହା ସହ ଯୋଗାଯୋଗରେ ରହୁଥିଲେ, ଲାଞ୍ଚ ଟଙ୍କା କାରବାରରେ ତାଙ୍କୁ ସାମିଲ କରାଯାଇଛି କି, ଏମିତି ଗୁଡ଼ାଇତୁଡ଼ାଇ ବହୁ ପ୍ରଶ୍ନ କରାଯାଇଛି। ନୃସିଂହଙ୍କ ମୋବାଇଲ୍ ନମ୍ବରକୁ ନେଇ କଲ୍ ଡିଟେଲ୍ସ ବାହାର କରାଯାଉଛି। ଜଣାପଡ଼ିଛି ଯେ କେବଳ ନୃସିଂହ ନୁହନ୍ତି, ପୂର୍ବରୁ ଆଇଏଏସ୍ ଶ୍ରୀ ସେଠୀଙ୍କ ଅଧୀନରେ କାମ କରିଥିବା ଅନ୍ୟ ୨ ଡ୍ରାଇଭରଙ୍କୁ ମଧ୍ୟ ସିବିଆଇ ଜେରା କରିଛି। Post navigation ଇଞ୍ଜିନିଅର ଅତୁଲ ଆତ୍ମହତ୍ୟା ମାମଲାରେ ଗିରଫ ହେଲେ ପତ୍ନୀ ନିକିତା ଯାତ୍ରା ତୋରଣ ଭୁଶୁଡି ଶତାଧିକ ଆହତ