ବିଜେପି କର୍ମୀଙ୍କୁ ହତ୍ୟା କଲେ ମାଓବାଦୀ। ପୁଲିସ ଇନଫର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଫେରସଗଡ଼ ଥାନା ଅନର୍ଗତ ସମାନପଲ୍ଲୀ ଗାଁର ବିଜେପି କର୍ମୀଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ଜଣାପଡିଛି । ମୃତ ବିଜେପି କର୍ମୀ ହେଲେ ମାଣ୍ଡେରାମ ଫୁଡିଆମୀ । ଖବର ପାଇ ପୁଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି। ଘଟଣା ସ୍ଥଳରେ ମାଓ ପୋଷ୍ଟର ଛାଡ଼ିଛନ୍ତି ମାଓବାଦୀ ଜବତ କରିଛି ପୁଲିସ୍।

ସୂଚନା ଅନୁଯାୟୀ; ମଙ୍ଗଳବାର ରାତିରେ ନକ୍ସଲ ସମାନପଲ୍ଲୀ ଗାଁରେ ପହଞ୍ଚି ବିଜେପି କର୍ମୀଙ୍କୁ ଘରୁ ଅପହରଣ କରି ଜଙ୍ଗଲରେ ନିର୍ଧୁମ ପିଟିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ। ଶବକୁ ଗାଁ ନିକଟରେ ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେବା ସହ ପରିବାର ଲୋକଙ୍କୁ ଜଣାଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *