ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ନୂଆ ଗଭର୍ଣ୍ଣ ଭାବେ ନିଯୁକ୍ତି ପାଇଲେ ସଞ୍ଜୟ ମାଲହୋତ୍ରା। ସରକାର ସଞ୍ଜୟ ମଲହୋତ୍ରାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୬ ତମ ଗଭର୍ଣ୍ଣର ଭାବରେ ନିଯୁକ୍ତ କରିଛନ୍ତି । ଆଗାମୀ ତିନି ବର୍ଷ ଯାଏ ସରକାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଆସନ୍ତା ୧୧ ତାରିଖରୁ ଶକ୍ତିକାନ୍ତ ଦାଶଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିବେ ସଞ୍ଜୟ ମଲହୋତ୍ରା । ଏବେ ସଞ୍ଜୟ ମାଲହୋତ୍ରା ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟରେ ସଚିବ (ରାଜସ୍ୱ) ଭାବେ କାମ କାର୍ଯ୍ୟରତ ଅଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଉଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ। ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚ୍ର ରାଜସ୍ଥାନ କ୍ୟାଡର ଆଇଏଏସ। ପ୍ରଶାସନିକ ସେବାରେ ତାଙ୍କରେ ଯଥେଷ୍ଟ ଅଭିଜ୍ଞତା ରହିଛି। ଏବେ ରାଜସ୍ୱ ସଚିବ ଅଛନ୍ତି ସଞ୍ଜୟ ମଲହୋତ୍ରା । Post navigation କୁଟ୍ଟେ ଓ ଆଶିଷଙ୍କୁ ପୁରସ୍କାର: ବିଜେଡି ବିଜେପି କଥା କଟାକଟି ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଖଣ୍ଡଗିରି ସବ୍ ରେଜିଷ୍ଟାର କାର୍ଯ୍ୟାଳୟର କନିଷ୍ଠ କିରାଣୀ