ତିନି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାଜଧାନୀର ସଭାସ୍ଥଳ ପାଲଟିଛି ଜନସମୁଦ୍ର । ଏହି ସମୟରେ ରାଜ୍ୟବାସୀଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇ ଅଭିଭାଷଣରେ କହିଛନ୍ତି ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକ ମୋତେ ଅଭିଭୂତ କରିଛି । ମହାରାଷ୍ଟ୍ର, ହରିୟାଣା ନିର୍ବାଚନ ଫଳ ବିଶ୍ବାସ ଭରିଛି, ଏଠି ବି ଦେଖୁଛି । ଏହା ହେଉଛି ଆମ କାର୍ଯ୍ୟକର୍ତ୍ତାଙ୍କ ସାମର୍ଥ୍ୟ । ବିଜେପିର କାମକୁ ଦେଖି ଲୋକେ ଭୋଟ୍ ଦେଉଛନ୍ତି । ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପିର ଶକ୍ତିକୁ ନେଇ ପ୍ରଶ୍ନ କରୁଥିଲେ କିନ୍ତୁ ଓଡ଼ିଶା ଲୋକେ ଦିଲ୍ଲୀରେ ବିଜେପି କାମକୁ ଦେଖି ଭୋଟ୍ ଦେଲେ । ଓଡ଼ିଶାର ବିକାଶ ପାଇଁ ଆମେ ଲଗାତାର କାମ କରୁଛୁ । ପୂର୍ବରୁ ମନ୍ତ୍ରି ପରିଷଦରେ ଓଡ଼ିଶାରୁ କେବେ ଏତେ ସଦସ୍ୟ ନଥିଲେ । ଓଡ଼ିଶା ଲୋକେ ହୃଦୟ ଖୋଲି ଆମକୁ ସମର୍ଥନ କରିଛନ୍ତି ଏହା ଛଡା ବିଦେଶକୁ ଗଲେ ଲଗାତାର ତୃତୀୟ ଥର ସରକାର ପାଇଁ ପ୍ରଶଂସା ପାଉଛୁ । ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ ନିଶାନା କରି କହିଛନ୍ତି ରାଜନୀତିର ବିଚାରଧାରା ଅଲଗା ହେବା କିଛି ନୂଆ ନୁହେଁ । ବିରୋଧୀ ଯେପରି ଲୋକଙ୍କ ଉପରେ ରାଗୁଛନ୍ତି ତାହା ଚିନ୍ତାଜନକ । କ୍ଷମତାଲୋଭୀ ଏମାନେ ଜନତାକୁ ମିଛ କହି ଆସୁଛନ୍ତି । ଏହା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରି କହିଛନ୍ତି ଓଡ଼ିଶାରେ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ ପାଇଁ ବିଜେପି ଲକ୍ଷ୍ୟ ରଖିଛି । ଉତ୍କର୍ଷ ଉତ୍କଳ ଅଭିଯାନ ପାଇଁ ଆମେ କାମ କରୁଛୁ । ବିଜେପି ସରକାର ଆସିଲା ପରେ ନୂଆ ଶିକ୍ଷାନୀତି ଲାଗୁ ହୋଇଛି ।ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ମିଶନ ମୋଡରେ କାମ କରୁଛୁ ।ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଜନତାଙ୍କ ସହ ଯୋଡ଼ି ହୋଇଛନ୍ତି । ମା’ ସୁଭଦ୍ରାଙ୍କ ଆଶୀର୍ବାଦ ନେଇ ସୁଭଦ୍ରା ଯୋଜନା ଲାଗୁ କରାଯାଇଛି । ଓଡିଶାର ୧୩ ଆଦିବାସୀ ସଂପ୍ରଦାୟଙ୍କୁ ପିଏମ୍ ଜନମନ ସୁବିଧା ମିଳୁଛି । ଏଠାରେ ଧାନର ଏମ୍ଏସ୍ପି ୩୧୦୦ ଟଙ୍କା ଦିଆଯାଉଛି Post navigation ଗୁରାପଲ୍ଲୀ ଟୋଲ ଗେଟ ନିକଟ ରୁ ୮୮ କେଜି ରୂପା ଇଟା ଓ ୫ ଲକ୍ଷ ଟଙ୍କା ଜବତ କଲା ଗଞ୍ଜାମ ପୋଲିସ ସମୀକ୍ଷା ପାଇଁ ରାଜଭବନରୁ ବାହାରି ରାଜ୍ୟ ବିଜେପି ଅଫିସ୍ରେ ପ୍ରଧାନମନ୍ତ୍ରୀ