ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ନୂଆ ନିଅୟମାବଳୀ ଲାଗୁ ହୋଇଛି। ରାଜ୍ୟ ସରକାର ଆବାସ ଘର ପାଇଁ ଲୋକେ ନିଜେ ନିଜ ପାଇଁ ସର୍ଭେ କରିବେ। କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରାଯିବ ନାହିଁ ବୋଲି ନିୟମାବଳୀ ରେ ଉଲ୍ଲେଖ ଅଛି।

ହିତାଧିକାରୀ ନିଜେ ଯୋଗ୍ୟ କି ନୁହନ୍ତି ତାହାର ସର୍ଭେ ନିଜେ କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସୂଚନା ପ୍ରଦାନ କରିଛନ୍ତି।
ଏନେଇ ଆସନ୍ତା ଡ଼ିସେମ୍ବର ମାସରେ ପ୍ରତି ଗାଁରେ ଏନେଇ କ୍ୟାମ୍ପ୍ କରାଯିବ। ଲୋକେ ଏହାଦ୍ୱାରା ସଚେତନ ହେବେ ‌ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସୂଚନା ପ୍ରଦାନ କରିଛନ୍ତି।

ଲୋକେ କିଭଳି ନିଜେ ନିଜର ସର୍ଭେ କରିବେ, ତାହା ଶିଖାଇବାକୁ ପଞ୍ଚାୟତସ୍ତରରେ କ୍ୟାମ୍ପ ହେବ । ୧୫ ବା ୧୫ରୁ କମ୍‌ ସଂଖ୍ୟକ ପଞ୍ଚାୟତ ଥିବା ବ୍ଲକ୍‌ରେ ଡିସେମ୍ବର ୨ ତାରିଖରେ କର୍ମଶାଳା ହେବ । ୧୬ରୁ ୨୫ଟି ପଞ୍ଚାୟତ ଥିବା ବ୍ଲକ୍‌ରେ ୨ ଓ ୩ ତାରିଖରେ କର୍ମଶାଳା ହେବ ।

୨୫ରୁ ଅଧିକ ପଞ୍ଚାୟତ ଥିବା ବ୍ଲକ୍‌ରେ ୨, ୩ ଓ ୪ ତାରିଖରେ କର୍ମଶାଳା ହେବ । ସ୍ଥାନୀୟ ଲୋକେ ଆବାସ କର୍ମଶାଳା ହେଉଛି ବୋଲି ଜାଣିପାରିବେ ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରିବାକୁ କୁହାଯାଇଛି ।

ପୂର୍ବରୁ ବାଇକ୍‌, ଫ୍ରିଜ୍‌ ଓ ଲ୍ୟାଣ୍ଡଲାଇନ ଫୋନ୍‌ ଥିଲେ ଆବାସ ଘର ମିଳିବନି ବୋଲି ନିୟମ ଥିଲା। କିନ୍ତୁ ଏହାକୁ ବଦଳା ଯାଇଛି । ଏ ସବୁ ଥିଲେ ବି ଆବାସ ଘର ଦିଆଯିବ। ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ ହଜାର ରହିଥିଲା । ଏହାକୁ ୧୫ ହଜାର କରାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି।ଏହି ଯୋଜନାରେ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯିବ। ୨ ମାସ ମଧ୍ୟରେ ଏହାର ରି-ସର୍ଭେ କରାଯିବ। ଏହି ଅବଧି ମଧ୍ୟରେ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ସେସବୁର ଯାଞ୍ଚ୍ କରାଯିବ। ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ ହେବ ନାହିଁ ବୋଲି ନୂଆ ଗାଇଡଲାଇନ ପ୍ରକାଶ ପାଇଛି।

By Nirvay

Leave a Reply

Your email address will not be published. Required fields are marked *