ଚର୍ଚ୍ଚାରେ ରିଲିଜ୍ ହୋଇଥିବା ବିକ୍ରାଣ୍ଟ ମାସେଙ୍କ ସତ୍ୟ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’। ୨୦୦୨ର ବହୁ ଚର୍ଚ୍ଚିତ ଗୁଜୁରାଟର ଗୋଧ୍ରା କାଣ୍ଡକୁ ନେଇ ପର୍ଯ୍ୟବେସିତ ହୋଇଥିବା ଚଳଚ୍ଚିତ୍ର ‘ସାବରମତି ରିପୋର୍ଟ’କୁ ଓଡ଼ିଶାରେ ଟିକସମୁକ୍ତ କରାଯାଇଛି। ଫଳରେ ରାଜ୍ୟର ବିଭିନ୍ନ ସିନେମା ହଲରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଉପରେ କୌଣସି ଟିକସ ଲାଗୁ କରାଯିବ ନାହିଁ।

ବିକ୍ରାଣ୍ଟ ମାସେଙ୍କ ଫିଲ୍ମ ୨୭ଫେବୃଆରୀ ୨୦୦୨ରେ ଘଟିଥିବା ଗୋଧରା ଘଟଣା ଉପରେ ଆଧାରିତ। ଗୁଜୁରାଟର ଗୋଧରାରୁ ଅଯୋଧ୍ୟାକୁ ଫେରୁଥିବା ସାବରମତି ଏକ୍ସପ୍ରେସରେ ଯାତ୍ରା କରୁଥିବା କର ସେବକଙ୍କ ବଗିରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ୫୯ ଜଣ ପ୍ରାଣ ହରାଇଥିଲେ। ଏହାର ଗୋଟିଏ ଦିନ ପରେ, ଫେବୃଆରୀ ୨୮ ରୁ ଗୁଜୁରାଟରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ଘଟିଥିଲା ଯେଉଁଥିରେ ପ୍ରାୟ ୧୦୦୦ ଲୋକ ପ୍ରାଣ ହରାଇଥିଲେ।

Leave a Reply

Your email address will not be published. Required fields are marked *