ବିକାଶ ତ୍ୱରାନ୍ୱିତ ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ଉତ୍ତର ଓଡ଼ିଶାରେ ସାମିଲ୍ କରିବାକୁ ମୁଖ୍ୟମନ୍ତ୍ରୀ କହିବା ପରେ ସୁନ୍ଦରଗଡ଼ ଜିଲ୍ଲା ସହ ସାରା ରାଜ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ । ଏହା ସହ ଦିନକୁ ଦିନ ଏହି ପ୍ରସଙ୍ଗକୁ ନେଇ ତେଜିଛି ରାଜନୀତି।ଏହାକୁ ନେଇ ବିରୋଧୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ମଧ୍ୟରେ ପ୍ରତିବାଦର ସ୍ୱର ଜୋର୍ ଧରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସୋସିଆଲ ମିଡ଼ିଆ ରେ ଏହାକୁ ନେଇ ପୋଷ୍ଟ କରି କହିଛନ୍ତି ସୁନ୍ଦରଗଡ଼ବାସୀ ଦୀର୍ଘ ବର୍ଷ ଧରି ଆମକୁ ଆଶୀର୍ବାଦ କରି ଆସୁଛନ୍ତି ଏବଂ ଆମେ ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଦେଉଛୁ। ତେଣୁ ସୁନ୍ଦରଗଡ଼ବାସୀଙ୍କ ଇଚ୍ଛା ବିରୁଦ୍ଧରେ କୌଣସି ପଦକ୍ଷେପ ସରକାର ନେବେ ନାହିଁ। ସୁନ୍ଦରଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ସୂଚନା ଯୋଗ୍ୟ; କିଛିଦିନ ପୂର୍ବରୁ ସୁନ୍ଦରଗଡ଼ ସଂସ୍କୃତି ଭବନରେ ଆୟୋଜିତ ବିଜେପି ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ସୁନ୍ଦରଗଡ଼କୁ ନେଇ କହିଥିଲେ ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼ ଜିଲ୍ଲା ସାମିଲ ହେଲେ ବିକାଶ ତ୍ୱରାନ୍ୱିତ ହୋଇପାରିବ । ନିର୍ବାଚନ ପ୍ରତିଶ୍ରୁତି ଆଧାରରେ ନୂଆ ସରକାର , ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି ଓ ଏହାର ଦାୟିତ୍ୱ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିଆଯାଇଛି । ଆଗକୁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ହେବାର ଅଛି । ତେଣୁ ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼ ଜିଲ୍ଲା ସାମିଲ ହେଲେ ଅଧିକ ଲାଭାନ୍ୱିତ ହେବ । ଏହା ପରେ ଚାରିଆଡ଼େ ଦେଖା ଦେଇଥିଲା ଅସନ୍ତୋଷର ମାହଲ। Post navigation ରାଜ୍ୟସ୍ତରୀୟ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଉଦ୍ଘାଟିତ; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ; ହାଇ ଆର୍ଲଟରେ ଭୁବନେଶ୍ଵର