ଆଜୀବନ ସଜା କାଟୁଥିବା କଏଦୀ ହେବେ ମୁକ୍ତ । ରାଜ୍ୟର ବିଭିନ୍ନ ଜେଲ୍‌ରେ ଆଜୀବନ କାରାଦଣ୍ଡ କାଟୁଥିବା ୧୪ କଏଦୀଙ୍କୁ ମୁକ୍ତ କରିବାକୁ ବିଭିନ୍ନ ଜେଲ୍ ଅଧୀକ୍ଷକଙ୍କୁ ଜେଲ୍ ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି । ଏହା ସହ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କୁ ଅବଗତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆଉ କିଛି ମାମଲା ଥାଏ ତାହେଲେ ବିଚାର କରିବେ ବୋଲି ନିର୍ଦ୍ଦେଶାଳୟ ଚିଠିରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *