ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ବିନା ହେଲମେଟରେ ରାଜରାସ୍ତାରେ ରିଲ୍ସ କରିବା ପଡ଼ିଲା ମହଙ୍ଗା । ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ କରିବା ସହ ଜରିମାନା ଆଦାୟ କରିଛି ଆରଟିଓ। ସ୍କୁଟି ନମ୍ବର ସହ ଯୁବତୀଙ୍କ ଫଟୋ ସହ ରିଲ୍ସ କରୁଥିବା ଭିଡ଼ିଓ ପାଇବା ପରେ ରାନୀ ପ୍ରିୟଦର୍ଶିନୀଙ୍କ ନାଁରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆରଟିଓ । ଭୁବନେଶ୍ବର ଆରଟିଓ ୨ ପକ୍ଷରୁ ରାନୀଙ୍କ ଗାଡିକୁ ଜବତ କରାଯାଇଥିବା ଏସଟିଏ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ; ବିନା ହେଲମେଟରେ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ । ଏହାପରେ ନାରାୟଣ ବିଶ୍ବାଳ ନାମକ ଜଣେ ବ୍ୟକ୍ତି ଏହି ଭିଡିଓ ଦେଖି ରାନୀ ପ୍ରିୟଦର୍ଶିନୀଙ୍କ ଫଟୋ, ଭିଡିଓ ଓ ଗାଡି ନମ୍ବର ଟ୍ବିଟ୍ କରି ଟ୍ରାଫିକ ନିୟମ ଉଲ୍ଲଂଘନ ସହ ବିନା ହେଲମେଟରେ ବେପରୁଆ ଭାବେ ଗାଡ଼ି ଚଳାଇବା ସହ ରିଲ୍ସ କରୁଥିବା ନେଇ ଆରଟିଓକୁ ଜଣାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଯାହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଆରଟିଓ-୨ଙ୍କୁ ନିର୍ଦ୍ଦେଶ ଦେଇଥିଲେ ପରିବହନ ଆୟୁକ୍ତ । ଏହାପରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଓଡି୦୨-ସିୟୁ-୪୯୩୭ ନମ୍ବର ଗାଡିକୁ ଜବତ କରାଯାଇଛି । ବଡ଼ଗଡ଼ ଥାନା ସହଯୋଗରେ ଆରଟିଓ ଟିମ୍ ସଂପୃକ୍ତ ଦୁଇ ଚକିଆ ଯାନକୁ ଜବତ କରିଛନ୍ତି। ଏଥି ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ବା ଫାଇନ ଆଦାୟ ମଧ୍ୟ କରାଯାଇଛି। Post navigation ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି; ଡିଜି କନଫରେନ୍ସରେ ହେବେ ସାମିଲ ଯାଜପୁରରେ ଭବ ଦାସ ଓ ବିଜେଡି କର୍ମୀଙ୍କ ଗିରଫକୁ ନେଇ ତାତିଲା ବିଜେଡି