ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଇଟାଲୀ, ଇଣ୍ଡୋନେସିଆ, ନରୱେ, ପର୍ତ୍ତୁଗାଲ, ଇଜିପ୍ଟ ଏବଂ ଦକ୍ଷିଣ କୋରିଆ ସମେତ ଅନେକ ଦେଶର ନେତାମାନଙ୍କୁ ଭେଟିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ ତଥା ସୁଦୃଢ଼ କରିବାର ଉପାୟ ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ଉପ ପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ ଏବଂ ୟୁରୋପିୟ ସଂଘ ର ଅଧ୍ଯକ୍ଷ ଉର୍ସୁଲା ଭନ୍ ଡେର୍ ଲେୟେନଙ୍କୁ ମଧ୍ଯ ଭେଟିଛନ୍ତି।

ନାଇଜେରିଆକୁ ଦୁଇ ଦିନିଆ ଗସ୍ତ ଶେଷ କରି ରବିବାର ଦିନ ବ୍ରାଜିଲରେ ପହଞ୍ଚିଥିବା ମୋଦି ସୋମବାର ଦିନ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ଭେଟି ପ୍ରତିରକ୍ଷା, ସୁରକ୍ଷା, ବାଣିଜ୍ଯ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସମ୍ପର୍କକୁ ଗଭୀର କରିବାର ଉପାୟ ଉପରେ ଆଲୋଚନା କରିଥିଲେ।ସିଙ୍ଗାପୁର ପ୍ରତିପକ୍ଷ ଲରେନ୍ସ ୱଙ୍ଗଙ୍କ ସହ ମଧ୍ଯ ତାଙ୍କର ଆଲୋଚନା ହୋଇଥିଲା।ପ୍ରଧାନମନ୍ତ୍ରୀ ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାନଚେଜଙ୍କୁ ମଧ୍ଯ ଭେଟିଥିଲେ, ଯିଏକି ଗତ ମାସରେ ଏକ ସରକାରୀ ଗସ୍ତରେ ଭାରତ ଆସିଥିଲେ। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜୋ ବାଇଡେନଙ୍କୁ ଭେଟିଛନ୍ତି ଏବଂ ବିଦାୟୀ ଆମେରିକା ରାଷ୍ଟ୍ରପତିଙ୍କ ସହ ତାଙ୍କ ବୈଠକକୁ “ଆନନ୍ଦଦାୟକ” ବୋଲି କହିଛନ୍ତି।

ସୋମବାର ଜି-୨୦ଶିଖର ସମ୍ମିଳନୀର ପ୍ରଥମ ଦିନରେ ଏକ ଅଭିଭାଷଣରେ ମୋଦୀ କହିଛନ୍ତି ଯେ ବିଶ୍ୱ ସଂଘର୍ଷ ଦ୍ୱାରା ସୃଷ୍ଟି ହୋଇଥିବା ଖାଦ୍ଯ, ଇନ୍ଧନ ଏବଂ ସାର ସଙ୍କଟ ଦ୍ୱାରା ବିଶ୍ୱ ଦକ୍ଷିଣର ଦେଶଗୁଡ଼ିକ ସବୁଠାରୁ ଅଧିକ ପ୍ରତିକୂଳ ଭାବରେ ପ୍ରଭାବିତ ହୋଇଛନ୍ତି ଏବଂ ଏହାର ମୁକାବିଲା ଉପରେ ଧ୍ୟାନ ଦେବା ଆବଶ୍ଯକ ବୋଲି କହିଛନ୍ତି |

By Nirvay

Leave a Reply

Your email address will not be published. Required fields are marked *