ଢେଙ୍କାନାଳ ବିଜେଡିକୁ ବଡ ଝଟକା । ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ । ଅନାସ୍ଥା ଭୋଟିଂର ଆଜି ଫଳ ପ୍ରକାଶ ପାଇଛି । ଅନାସ୍ଥା ଭୋଟିଂରେ ଅଧ୍ୟକ୍ଷାଙ୍କ ବିପକ୍ଷରେ ୪୪ ଭୋଟ୍ ରହିଥିବା ବେଳେ ସପକ୍ଷରେ ୧୭ଟି ଭୋଟ୍ ପଡିଥିଲା । ଏଥିସହିତ ଗୋଟିଏ ଭୋଟ୍ ନାକଚ ହୋଇଥିବା ବେଳେ ୧୭ ଭୋଟ ସହିତ ବିଜେଡ ବ୍ଳକ ଅଧ୍ୟକ୍ଷା ରାଜଶ୍ରୀ ନାୟକ ପରାଜିତ ହୋଇଛନ୍ତି । ଅନାସ୍ଥା ଭୋଟରେ ୨ ବିଧାୟକ, ଢେଙ୍କାନାଳ ସାଂସଦଙ୍କୁ ମିଶାଇ ୬୧ ଜଣ ଭୋଟ୍ ଦେଇଥିଲେ । ସଦର ବ୍ଲକ ଅଧ୍ୟକ୍ଷା ପଦ ହରାଇଥିବା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଅଧ୍ୟକ୍ଷାଙ୍କ କାର୍ଯ୍ୟଶୈଳୀକୁ ପ୍ରତିବାଦ କରି ଅନେକ ଦିନ ଧରି ସଭ୍ୟମାନେ ବିରୋଧ କରି ଆସିଥିଲେ । ଧିରେ ଧିରେ ଅଧ୍ୟକ୍ଷାଙ୍କ ବିରୋଧରେ ସମିତି ସଭ୍ୟ ମେଳି ହୋଇଥିଲେ । ଏହା ପରେ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଆଉ ଅନାସ୍ଥାରେ ଶୋଚନୀୟ ଭାବେ ହାରିଛନ୍ତି ଅଧ୍ୟକ୍ଷା ରାଜଶ୍ରୀ ନାୟକ । ସୂଚନା ଯୋଗ୍ୟ; ୩୦ ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକର ୨୬ ଜଣ ସଦସ୍ୟ ଉପଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଭେଟି ଢେଙ୍କାନାଳ ବିଜେଡି ବ୍ଲକ ଅଧ୍ୟକ୍ଷାଙ୍କ ମନମାନି ଏବଂ ସରକାରୀ ଯୋଜନାକୁ ନେଇ ପକ୍ଷପାତିତା ହେଉଛି ବୋଲି ଅଭିଯୋଗ କରିବା ସହ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । Post navigation ବରିଷ୍ଠ ବିଜେପି ନେତା ସମୀର ଦେ ଅସୁସ୍ଥ; ମେଡ଼ିକାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇଟି ନାବାଳିକାଙ୍କୁ ଦୁଷ୍କର୍ମ