କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ଆଜି ସୂଚନା ଦେଇଛନ୍ତି । ମନ୍ଦିର ରେ ପଞ୍ଚୁକ ଉପଲକ୍ଷେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହେଉଛି ଯାହା ଦ୍ୱାରା ଦର୍ଶନ ବ୍ୟବସ୍ଥା ରେ ବାଧା ସୃଷ୍ଟି ହେଈଛି,  ଭକ୍ତ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ପଞ୍ଚୁକ ରେ ଏପରି ଭିଡକୁ ଦେଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇଛି। କାର୍ତ୍ତିକ ମାସ ଶେଷ ହେଲା ପରେ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ପରିଚାଳନା କମିଟି ମୁଖ୍ୟ ମନ୍ତବ୍ୟ ରଖିଛନ୍ତି ।ସୁରୁଖୁରୁରେ ଦର୍ଶନ ବ୍ୟବସ୍ଥା ପାଇଁ ନୂଆ ପରିଚାଳନା କମିଟି ଗଠନ ହେଲା ପରେ ଦର୍ଶନ ବ୍ୟବସ୍ଥା ପାଇଁ ନୂଆ ନିୟମାବଳୀ ଲାଗୁ  ହେବ ବୋଲି ପ୍ରଶାସନ ମୁଖ୍ୟ ଅରବିନ୍ଦ ପାଢ଼ୀ କହିଛନ୍ତି |

Leave a Reply

Your email address will not be published. Required fields are marked *