ରାଜ୍ୟ ପିସିସି ସଭାପତି କିଏ ହେବେ ? କିଏ ଧରିବା ରାଜ୍ୟ କଂଗ୍ରେସର ମଙ୍ଗ । କାହାକୁ ପିସିସି ସଭାପତି ବାଛିବେ ଶୀର୍ଷ ନେତୃତ୍ବ । ସେଥିଆପି ଆଜିଠାରୁ ଆରମ୍ଭ ହେବ ଚୟନ ପ୍ରକ୍ରିୟା।  ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବାଛିବା ଲାଗି ଆଜି ଓଡ଼ିଶା ଆସିଛନ୍ତି ଛତିଶଗଡ଼ ବିରୋଧୀ ଦଳ ନେତା ଚରଣଦାସ ମହନ୍ତ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନ। ଏହି ଦୁଇ ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ। ଏହି ଦୁଇ ନେତା କଂଗ୍ରେସ ଭବନରେ ବୈଠକ କରିବେ।

ଆଜି ଏହି ଦୁଇ ବରିଷ୍ଠ ନେତା କଂଗ୍ରେସ ଭବନରେ ରାଜ୍ୟ କଂଗ୍ରେସ ନେତାଙ୍କ ସହ ବୈଠକ କରିବେ। ବିଧାୟକ ଓ ସାଂସଦଙ୍କୁ ଭେଟି ମତାମତ ନେବେ। ଜିଲ୍ଲା ସଭାପତି ଓ ଛାମୁଆ ସଙ୍ଗଠନ ନେତାଙ୍କ ସହ ବୈଠକ ହେବ। ଏହାପରେ କିଛି ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ। ଏସବୁ ପରେ ବରିଷ୍ଠ ନେତା ଚରଣଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ ଏଆଇସିସି ରିପୋର୍ଟ ଦେବା ପରେ ରାଜ୍ୟ କଂଗ୍ରେସ ମୁଖିଆ ନାଁରେ ମୋହର ବାଜିବ।

ଅନ୍ୟପଟେ ରାଜ୍ୟ ପିସିସି ସଭାପତି ଚୟନ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି କଂଗ୍ରେସ ନେତା ଚରଣ ଦାସ ମହନ୍ତ । ପହଞ୍ଚିବା ପରେ ସେ ଗଣମାଧ୍ୟମରେ କହିଛନ୍ତି  ମୋ ପାଖେ ଲବି କାମ ଦେବନି। ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଓଡ଼ିଶା ଆସିଛି। ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ଜୁନିୟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କଥା ଶୁଣିବି। ଚର୍ଚ୍ଚା ହେଉଥିବା ନାଁ ପ୍ରଭାବ ପକାଇବନି। ଅନ୍ୟ ରାଜ୍ୟର ନିର୍ବାଚନ ପରେ ନଭେମ୍ବର ୨୩ ବେଳକୁ ହାଇକମାଣ୍ଡଙ୍କ ପାଖେ ରିପୋର୍ଟ ପ୍ରଦାନ କରିବି। ଏହାପରେ ହାଇକମାଣ୍ଡ ହିଁ ନିଷ୍ପତ୍ତି ନେବେ ।

ଉଲ୍ଲେଖଯୋଗ୍ୟ, ପିସିସି ସଭାପତି ଦୌଡ଼ରେ ବରିଷ୍ଠ ନେତା ଭକ୍ତ ଦାସ, ମହମ୍ମଦ ମୋକିମ, ଶ୍ରୀକାନ୍ତ ଜେନା ଓ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁ ଆଗରେ ରହିଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *