‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା। ସେ କହିଛନ୍ତି, ଖୁବ୍ ଶୀଘ୍ର ସୁଭଦ୍ରାର ପ୍ରଥମ କିସ୍ତି ତୃତୀୟ ପର୍ଯ୍ୟାୟର ଟଙ୍କା ମିଳିବ। କିନ୍ତୁ ଏହା ପୂର୍ବରୁ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆସିବ। ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ମହିଳାଙ୍କ ପାଇଁ ମୋଡାଲିଟି ପ୍ରସ୍ତୁତ ହେବ । ଏନେଇ ଆଜି ଅପରାହ୍ଣ ରେ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯିବ,ସେନେଇ ନୂଆ ଗାଇଡ଼ ଲାଇନ ଉପରେ ଏହି ବୈଠକରେ ଆଲୋଚନା କରାଯିବ । ଏହା ପରେ ଆଉ ଖୁବଶୀଘ୍ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ । Post navigation ରତ୍ନ ଭଣ୍ଡାରରେ ନାହିଁ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ : ପୃଥ୍ଵୀରାଜ ହରିଚନ୍ଦନ ଜିଏସଟି ରେଡ଼ ସମୟରେ ଅସୁସ୍ଥ ହୋଇ ମୃତ୍ୟୁବରଣ କଲେ ଜୟପୁର ସୁନା ବ୍ୟବସାୟୀ