ବିହାରର ରାଜଧାନୀ ପାଟନାର ଅଶୋକ ରାଜପଥସ୍ଥିତ ଏନ୍ଆଇଟି କଲେଜ୍ ନିକଟରେ ମେଟ୍ରୋର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଏହି ମେଟ୍ରୋ ଟନେଲ କାମ ବେଳେ ସୋମବାର ବିଳମ୍ବିତ ରାତିରେ ମାଟି ହଟାଇବା ବେଳେ ନିର୍ମାଣ ମେସିନର ବ୍ରେକ୍ ଫେଲ୍ ହୋଇ ଅନିୟନ୍ତ୍ରିତ ଭାବେ ଓଲଟି ପଡ଼ିଥିଲା ଏହା ଫଳରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ଶ୍ରମିକ ଓଡ଼ିଶାର ମୂଳ ବାସିନ୍ଦା ବୋଲି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରି କହିଛନ୍ତି ମୃତକଙ୍କ ପାଇଁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା କରାଯିବ । ସୂଚନା ଅନୁଯାୟୀ, ମେଟ୍ରୋ ଟନେଲ ନିର୍ମାଣ ଚାଲିଥିଲା। ମାଟି ହଟାଇବା ବେଳେ ନିର୍ମାଣ ମେସିନର ବ୍ରେକ୍ ଫେଲ୍ ହୋଇ ଅନିୟନ୍ତ୍ରିତ ଭାବେ ଓଲଟି ପଡ଼ିଥିଲା। ଏହି କାମରେ ନିୟୋଜିତ ୮ ଜଣ ଶ୍ରମିକ ପୋତି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ୭ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣାର ତଦନ୍ତ ଚାଲିଛି। ଏହି ଘଟଣା ପରେ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। Post navigation ୫୧ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ଗର୍ଭବତୀଙ୍କୁ ମେଡିକାଲ ଛାଡ଼ିଲେନି ସିଡିପିଓ; ଚାଲିଗଲା ନିଷ୍ପାପ ଶିଶୁର ଜୀବନ